ଅନୁସନ୍ଧାନ ଭାରତ(ବ୍ୟୁର): ଗତକାଲି ରାତି ପ୍ରାୟ ଆଠ ଘଣ୍ଟା ସମୟରେ ଓଡିଶାରେ ହେବାକୁ ଥିବା ମହାକୁମ୍ବ ବିଶ୍ୱକପ ୨୦୨୩ ପାରଳାଖେମୁଣ୍ଡିରୁ ଗୁଣପୁରରେ ପହଂଚିବା ପରେ ଗୁଣପୁର ମିନିଷ୍ଟାଡିୟମରେ ଜିଲ୍ଲାପ୍ରଶାସନ ଏବଂ ଗୁଣପୁର ସହର ତରଫରୁ ଭଵ୍ୟ ସ୍ୱାଗତ କରାଯାଇ ଥିଲା । ରାୟଗଡା ଜିଲ୍ଲାପାଳ ସ୍ୱାଧୀ ଦେବ ସିଂଙ୍କ ନିର୍ଦ୍ଧେଶ କ୍ରମେ ଗୁଣପୁର ଉପଜିଲ୍ଲାପାଳ ଲଳିତ କହଁର, ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ସଚିବ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଜନତା ଦଳ ସଭାପତି ସୁଧୀର ଦାସ, ତହସିଲଦାର ଶରତ ନାୟକ, ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ଭଵ୍ୟ ସ୍ୱାଗତ କରିଥିଲେ । ବିଶ୍ଵକପକୁ ଜିଲ୍ଲାର ଆଇ.ଆର.ବି.ଏନ ର ସିପାହୀମାନେ ନିଜ ବାଜା ଏବଂ ତୁରୀରେ ସ୍ୱାଗତ କରିଥିଲେ।ଜିଲ୍ଲାର ଆଦିବାସୀ ସାଂସ୍କୃତିକ ନୁର୍ତ୍ୟ ସହ ଓଡିଶୀ ନୁର୍ତ୍ୟରେ ମଧ୍ୟ ସ୍ୱାଗତ କରାଯାଇ ଥିଲା ସହରର ଶତାଧିକ ଲୋକେ ଏହି ବିଶ୍ଵକପକୁ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦ ନିର୍ବାହି ଅଧିକାରୀ ପ୍ରଭାତୀ ଝୋଡ଼ିଆ, ଡ଼କ୍ଟର ସୂର୍ଯ୍ୟ ପଣ୍ଡା, ବିଜୟ ଗମାଙ୍ଗ, ରାମମୂର୍ତ୍ତି ଗମାଙ୍ଗ, ରମେଶ ଲିମା ପ୍ରମୁଖ ମଧ୍ୟ ସ୍ୱାଗତ କରିଥିଲେ ।