ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର ଚତୁର୍ଥ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ବିଶ୍ଵରେ ଶାନ୍ତି ପ୍ରତିଷ୍ଠାନ ପାଇଁ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର  ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ଭଞ୍ଜନଗର ନିକଟସ୍ଥ ଢୁଢୁଆ ବାଞ୍ଛେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଉତ୍ସର୍ଗୀକୃତ ସେବାପାଇଁ ବେଲଗୁଣ୍ଠା ଏବଂ ଭଞ୍ଜନଗରର ବହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ରାହ୍ମଣ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ସମିତି ସଭାପତି କାଳୁ ଚରଣ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଏବଂ ସମ୍ମାନୀତ ଅତିଥି ରୂପେ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ ଓ ପଞ୍ଚାନନ ପାଳ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବ୍ରାହ୍ମଣମାନଙ୍କର ଯାଜନ ଯଜନ ପ୍ରକ୍ରିୟା, ବ୍ରାହ୍ମଣ ଧର୍ମ ସୁରକ୍ଷା ଏବଂ ଗରୀବ ବ୍ରାହ୍ମଣଙ୍କୁ ସରକାରୀ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ହୋଇଥିଲା I ଏହି ଅବସରରେ ବ୍ରାହ୍ମଣ ସମିତି ପକ୍ଷରୁ ବେଲଗୁଣ୍ଠା ଏବଂ ଭଞ୍ଜନଗରରେ କାର୍ଯ୍ୟରତ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଶିଶୁ ସାମ୍ବାଦିକ ବିଦ୍ୱାନ ପାତ୍ରଙ୍କୁ ମଧ୍ୟ ମାନପତ୍ର ପ୍ରଦାନପୂର୍ବକ ସମ୍ମାନୀତ କରାଯାଇଥିଲା I ଏଥି ସହିତ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତମ ନମ୍ବର୍ ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦେଇ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତିର ମାର୍ଗଦର୍ଶକ କେଦାରନାଥ ତ୍ରିପାଠି, ଉପଦେଷ୍ଟା ଜୟକୃଷ୍ଣ ମିଶ୍ର, ତାରିଣୀ ଚରଣ ତ୍ରିପାଠି, ଉପେନ୍ଦ୍ର କୁମାର ମିଶ୍ର, ଜ୍ୟୋତି ପ୍ରକାଶ ମିଶ୍ର, ରାମଚନ୍ଦ୍ର ମିଶ୍ରଙ୍କ ସମେତ ସମିତିର ପ୍ରାୟ ୬୦୦ ରୁ ଉର୍ଦ୍ଧ୍ବ  ସଦସ୍ୟ ଯୋଗଦେଇ ସହଯୋଗ କରିଥିଲେ I ଯୁବ ସଭାପତି ବୁଲୁ ମହାପାତ୍ର ସଭା ସଂଯୋଜନା କରିଥିଲେ।