ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟ ବିରିଗାଁ ଠାରେ ହକି ପୁରୁଷ ବିଶ୍ୱକପ ୨୦୨୩ ଗ୍ରାମପଞ୍ଚାୟତ ସ୍ତରୀୟ କ୍ରୀଡା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବପଲମେଣ୍ଡି ଗ୍ରାମପଞ୍ଚାୟତ ନିକଟସ୍ଥ ସରକାରୀ ଉର୍ନ୍ନତି ଉଚ୍ଚ ବିଦ୍ୟାଳୟ ବିରିଗାଁ ଠାରେ ଆଜି ହକି ପୁରୁଷ ବିଶ୍ୱକପ ୨୦୨୩ ଗ୍ରାମପଞ୍ଚାୟତ  ସ୍ତରୀୟ କ୍ରୀଡା ଅନୁଷ୍ଠିତ ହୋଇଥିଲା  l ଏହି କାର୍ଯ୍ୟକ୍ରମମୁଖ୍ୟ ଅତିଥି ଭାବ ରେ ସରପଞ୍ଚ ଶ୍ରୀମତୀ ସୁନିତା କହଁର ଏବଂ ସମିତି ସଭ୍ୟ  ଶ୍ରୀ ଜୁନେଶ ଦିଗାଲ ଯୋଗ ଦେଇ ଶୁଭା ଆରମ୍ଭ କରିଥିଲେ l ବିଦ୍ୟାଳୟରେ କ୍ରୀଡାର ଟ୍ରାକରେ ନିୟମ ଅନୁସାରେ ଖେଳ ପାଇଁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷତ୍ରୀ ଗୁରୁତ୍ୱ ଦେଇଥିଲେ l ଏହି ଖେଳ ପଡ଼ିଆରେ ଅନେକ ସ୍କୁଲର ଛାତ୍ର ଛାତ୍ରୀ ଦୌଡ, କବାଡି ଅନ୍ୟନ୍ୟ ପ୍ରତିଯୋଗିତା ହୋଇଥିଲା l ଏହି ଖେଳକୁ ଖେଳ ଶିକ୍ଷକ ସୁନ୍ଦର ଭାବରେ ପରିଚାଳନା କରିଥିଲେ l  ଏଠାରେ ଚକାପାଦ ବ୍ଲକର ଜିପିଓ, ଏଇ ଏବଂ  ମୁଖ୍ୟ କିରାଣୀ, ଭିଇଲେଡବ୍ଲୁ  ଏବଂ ନାଏବ ସରପଞ୍ଚ ମନଜ ପ୍ରଧାନ ବହୁ ମାନ୍ୟଗଣ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲ l ଏଠାରେ କବାଡି, ବେଡ଼ମିନଟ, ଫୁଟୁବୋଲ ବହୁଖେଳ ଦେଖିବାକୁ ମିଳିଥିଲା l ଶାନ୍ତି ଶୃଙ୍ଖଳା ଭାବରେ ଆଜିର କାର୍ଯ୍ୟକ୍ରମ ସମାପ୍ତି ହୋଇଥିଲା l