ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବାହାଡାସାହି ଛକ ଠାରେ ସ୍ୱର୍ଗତ ବରୁଣ ଭୋଇ ମେମୋରିଆଲ କମିଟି ଭଲିବଲ ପକ୍ଷରୁ ଭଳିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଭଲିବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉର୍ନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ରଦନ ମଲ୍ଲିକଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି l ସଂମ୍ମାନିତ ଅତିଥି ଭାବରେ ସୁନିତା କହଁର, ତାରିଣୀ ମାଠିଆ, ଶ୍ରୀ ସୁଭାଷ ଚନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ବେହେରା, ବାଳକୃଷ୍ଣ ବେହେରା, କାନ୍ହୁ ସାମନ୍ତରାୟ, ସମୀର ଭୋଇ ବୈଜ୍ୟଷ୍ଟ ଖେଳାଳି ସ୍ୱର୍ଗତ ବରୁଣ ଭୋଇଙ୍କୁ ପୁଷ୍ପମାଲ୍ୟ ଦେଇ ତାଙ୍କର ବକ୍ତବ୍ୟରେ କହିଥିଲେ l ବରୁଣ ଭୋଇ ଜଣେ ଭଲ ଖେଳାଳି ଓ ନମ୍ର ସଭାବି, ସମାଜସେବୀ, ରାଜନେତା, ଗରିବର ସୁଖ ଦୁଃଖର ବନ୍ଧୁ ଥିଲେ I ତାଙ୍କର ଜାଗା ସର୍ବଦା ଅପୂରଣୀୟ ଅଟେ l ଟୁର୍ଣ୍ଣାମେଣ୍ଟ ପରିଚାଳନାର ସଭାପତି କିଟୁ ଭୋଇ ଅତିଥିଙ୍କୁ ସ୍ୱାଗତ କରିଥିଲେ l ସମ୍ପାଦକ ତନୁଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l ଟୁର୍ଣ୍ଣାମେଣ୍ଟ ଉପ ସଭାପତି ପ୍ରଭଞ୍ଜନ କହଁର, ସହ ସମ୍ପାଦକ ସୁଶାନ୍ତ ମଲ୍ଲିକ ଏବଂ ପ୍ରଦୀପ କହଁର, ମିରେନ ନାୟକ, ବିକ୍ରମ ଭୋଇ, ରାଜେଶ ଦିଗାଲ, କାନ୍ତ ଭୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଆଜିର ପ୍ରଥମ ସେଟରେ ଚାହାଳୀ ସହିତ ଲାଇନପଡ଼ା ଖେଳ ହୋଇଥିଲା l ଦୁଇଟି ଯାକ ଖେଳରେ ଚାହାଳୀ ବିଜୟ ହାସଲ କରିଥିଲା l ଦ୍ୱତୀୟ ସେଟରେ ଟିକାବାଲି ଶୁଭମ ମିକ୍ସର ସେଟ ସହିତ ବାଲିଗୁଡା ନୁଆଁଗାଁ ସହିତ ଖେଳ ହୋଇଥିଲା l ଏଥିରେ ଟିକାବାଲି ଶୁଭମ ମିକ୍ସର ବିଜୟ ହାସଲ କରିଥିଲା l ଶିବ ପାଣିଗ୍ରାହୀ ରେଫରି ଭାବରେ ପରିଚାଳନା କରିଥିଲେ l