୨୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ.…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଥାନା ରାମନାଗୁଡା ଫାଣ୍ଡି ଅଧିନ ବାଙ୍କି ଛକ ଠାରୁ ବୁଧବାର ଭୋର ସମୟରେ ୨୫ କେଜି ଗଞ୍ଜେଇ ଜବତ ହୋଇଛି । ଏଥି ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି । ଘଟଣା ନେଇ ଗୁଣପୁର ଆଇଆଇସି ନିଳାମ୍ବର ଜାନିଙ୍କ କହିବା ଅନୁସାରେ ବୁଧବାର ଭୋର ସମୟରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିଲା । ଏହି ସମୟରେ ପଦ୍ମପୁର ଲାଉଗୁଡା ଆମ୍ବପୁଅ ସାହିର ପ୍ରଶାନ୍ତ ଗୌଡ ଏକ ବାଇକରେ ଗୁମୁଡା ପଟୁ ରାମନାଗୁଡା ଯାଉଥିଲେ । ପେଟ୍ରୋଲିଂରେ ଥିବା ଗୁଣପୁର ପୁଲିସ ଏସଆଇ ରୁଦ୍ର ମାଧବ ମୁଦୁଲି ଏବଂ ରାମନାଗୁଡା ଫାଣ୍ଡି ଅଧିକାର ଛବିନ୍ଦ୍ର କୁମାର ସେଠୀ ବାଇକୁ ଅଟକାଇ ଥିଲେ । ତନଖି ସମୟର ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଏହାପରେ ପୁଲିସ ବାଇକ ଏବଂ ୨୫ କେଜି ଗଞ୍ଜେଇ ଜବତ କରିବା ସହ ପ୍ରଶାନ୍ତଙ୍କୁ ଗିରଫ କରିଥିଲେ । ଗିରଫ ପରେ ବୁଧବାର ପ୍ରଶାନ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ପ୍ରଦାନ କରିଛନ୍ତି ।