ଅନୁସନ୍ଧାନ ଭାରତ(ବ୍ୟୁର): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ଜାତୀୟ ଗଣିତ ଦିବସ ଯଥାରୀତି ପାଳନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭବ ମୋହନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ । ଆଚାର୍ଯ୍ୟା ଶ୍ରୀମତୀ ହେମଲତା ପ୍ରଧାନ ସଂଜୋଯନା କରିଥିବାବେଳେ ଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମହାରଣା ଵିଶ୍ୱ ବିଖ୍ୟାତ ଗଣିତଜ୍ଞ ଶ୍ରୀ ନିବାସ ରାମାନୁଜନଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁମାନଙ୍କ ମଧ୍ୟରେ ଗଣିତ ଆଧାରିତ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ଓ ସେମାନଙ୍କୁ ପୁରସ୍କ୍ରୁତ କରାଯାଇଥିଲା । ପୂର୍ବତନ ଆଚାର୍ଯ୍ୟ ଶ୍ରୀ ଅଦ୍ୱିତ କୁମାର ପାଣିଗ୍ରାହୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିବା ବେଳେ ଆଚାର୍ଯ୍ୟ ଶ୍ରୀ ଦୁର୍ଗା ପ୍ରସାଦ ସୁଆର ସଂଯୋଜନା କରିଥିଲେ । ସଂଘ ଖଣ୍ଡ କାର୍ଯ୍ୟବାହ ଶ୍ରୀ ବାଲଗୋପାଳ ପାଢୀ ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ସୋମନାଥ ଗୌଡ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।