ମାଉଣ୍ଟ କାରମେଲ ଓ ଗୂଡ ସେଫାର୍ଡ ଇଂରାଜୀ ବିଦ୍ୟାଳୟରେ ମହା ଆଡ଼ମ୍ବରରେ ପ୍ରାକ ବାଡ଼ଦିନ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ସ୍ଥିତ ମାଉଣ୍ଟ କାର୍ମେଲ ଇଂରାଜୀ ବିଦ୍ୟାଳୟରେ ପ୍ରାକ ବଡ଼ଦିନ ଉତ୍ସବ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧାକ୍ଷା ସୁଷମା ପ୍ରଧାନ, ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଭାନୁପ୍ରଭା ମିଶ୍ର, କଳିଙ୍ଗ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେର, ମାଲିକା ପଡ଼ି ସମିତି ସଭ୍ୟ ସଚ୍ଚିଦାନନ୍ଦ ପ୍ରଧାନ, ପାଳକ ସାମନ୍ତ ନାୟକ, ବିଦ୍ୟାଳୟ ନିର୍ଦେଶୀକା ବନଲତା ନାୟକ, ମାଲିକା ପଡ଼ି ସରପଞ୍ଚ ଝରଣା ପ୍ରଧାନ, ଟ୍ରଷ୍ଟ ସଦସ୍ୟ ସାମସନ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ଥିଲେ I ଏହି ସମୟରେ ଛାତ୍ରଛାତ୍ରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ଯୀଶୁଙ୍କ ଜନ୍ମର ଉଦେଶ୍ୟ ଓ ରହସ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅତିଥିଙ୍କୁ ଅବଗତ କରି ଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅବିଭାବକ ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ I ସେହି ପରିଭାବରେ ଶ୍ରୀ ରାମ ପଦା ସ୍ଥିତ ଗୁଡ଼ ସେଫର୍ଡ୍ ଇଂରାଜୀ ବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀଙ୍କ ଗହଣରେ ପ୍ରୀ ଖ୍ରୀଷ୍ଟମାସ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସାଧବାଣୀ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର, ସ୍ଥାନୀୟ କାଉନସିଲର ଶ୍ରୀମତୀ ମୋନାଲିସା ଦଳବେହେରା ଯୋଗଦେଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ କୁନାଲ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଉପସ୍ଥିତ ଅତିଥି ବୃନ୍ଦ ଅତିସୁନ୍ଦର ହୃଦୟସ୍ପର୍ଶୀ ଅଭିଭାଷଣ ରଖିଥିଲେ । ପାଳକ ଦୀନବନ୍ଧୁ ନାୟକ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନର ମହତ୍ଵ ଓ ଉଦ୍ଦେଶ୍ୟ ବିଷୟରେ ଅତି ସୁନ୍ଦର ଭାବରେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଯୀଶୁ ଖ୍ରୀଷ୍ଟ ମହାନ କ୍ଷମା ଦାୟକ ଓ ମାନବ ପ୍ରେମୀ ବୋଲି କହୁଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଯୀଶୁ ଖ୍ରୀଷ୍ଟଙ୍କ ମନୁଷ୍ୟ ପ୍ରେମ, କ୍ଷମା ଓ ତ୍ୟାଗର ଉପଦେଶ କୁ ଅନୁସରଣ କରି ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବା ସହ ବଡ଼ଦିନ ଓ ନୂତନ ବର୍ଷ ନିମନ୍ତେ ସ୍ନେହ ଭରା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବ ପରିଚାଳନାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।