ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଟିକାବାଲି ଥାନା ସଭା ଗୃହ ଠାରେ ଟିକାବାଲି ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ମୟୀ ସେଣ୍ଡଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶାନ୍ତି କମିଟି l ଏହି କମିଟିରେ ବ୍ଲକର ବିଶିଷ୍ଠ ବ୍ୟକ୍ତି ସ୍ୱତନ୍ତ୍ର ଉର୍ନୟନ ପରିଷଦ ଅଧକ୍ଷ ଶ୍ରୀ ଯୁକ୍ତ ରୋଦନ ମଲ୍ଲିକ, ରାମବିଶି ଡିଗାଲ, କୁଇ ସମାଜ ସଭାପତି ତପନ କହଁର, ଚେୟାରମ୍ୟାନ ଦିଲୀପ କହଁର, ସରପଞ୍ଚ କୁନ୍ଦରୁ ମଲ୍ଲିକଙ୍କ ସମେତ ଏଗାର ଗୋଟି ଗ୍ରାମ ପଞ୍ଚଯାତର ପ୍ରାୟ ସମସ୍ତ ସରପଞ୍ଚବୃନ୍ଦ, ସାମାଜିକ କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗଲ, ତ୍ରିନାଥ ପ୍ରଧାନ, କୋମଳ ପ୍ରଧାନ ପ୍ରମୁଖବ୍ୟକ୍ତି ବୃନ୍ଦ ଉପସ୍ଥିତ ଥିଲେ l
ଏହି କମିଟିରେ ପ୍ରତ୍ୟେକ ଅଞ୍ଚଳ କୁ ଶୃଙ୍ଖଳିତ ରଖିବା ଉପରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଥାନା ଅଧିକାରୀ ମତ ରଖିବାକୁ କହିଥିଲେ l ଜାତି, ଧର୍ମ, ବର୍ଣ ସମସ୍ତ ଅଧିବାସୀ ଯେମିତି ସୁନ୍ଦର ଏବଂ ଖୁସିରେ ବଡ଼ଦିନ ପାଳନ କରିବେ ସେ ଉପରେ ଯତ୍ନବାନ ହେବା ନେଇ ଆଲୋଚନା କରାଯାଇଥିଲା l କିନ୍ତୁ ସମୟ ବଦଳି ଯାଇଛି l ସମସ୍ତେ ସଚେତନ ହୋଇଯାଇଛନ୍ତି l ପୂର୍ବ ଦିନ ପରି ଆଉ ଲୋକଙ୍କର ମାନସିକ ନାହିଁ l ସମସ୍ତ ଶୃଙ୍ଖଳିତ ଓ ସୁନ୍ଦର ଭାବରେ ଯେ କୌଣସି ପର୍ବ ପର୍ବାଣି ପାଳନ କରିବାକୁ ଚାଁହୁଚନ୍ତି l ଏଣୁ କୌଣସି ପରିସ୍ଥିତି ମଧ୍ୟ୍ୟ କନ୍ଧମାଳ ଜ଼ିଲ୍ଲାକୁ ଜାତି ଧର୍ମ ନାମରେ ବିଶୃଙ୍ଖଳା ହେବାକୁ ଦେବୁ ନାହିଁ ବୋଲି ସମସ୍ତ ପ୍ରତିନିଧି ମତ ବ୍ୟକ୍ତ କରିଥିଲେ l ଏହି ପରି ପ୍ରେକ୍ଷୀରେ କୁଇ ସମାଜ ସଭାପତି ତପନ କହଁର, ଚେୟାରମ୍ୟାନ ଦିଲୀପ କହଁର, ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲ୍ଲିକ, ସରପଞ୍ଚ କୁନ୍ଦରୁ ମଲ୍ଲିକ, ରାମବିଶି ଡିଗାଲ, ବୁଲୁ ଡିଗାଲ ପ୍ରମୁଖ ଅଞ୍ଚଳକୁ ଶୃଙ୍ଖଳିତ ଓ ସୁନ୍ଦର ରଖିବାକୁ ଦୃଢ଼ ଆଶ୍ୱାସନା ଦେଇଥିଲେ ସେଥିପାଇଁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ରହିବା ଉଚିତ ବୋଲି ତପନ କହଁର ମତ ବ୍ୟକ୍ତ କରିଥିଲେ l ଏଣୁ ବ୍ୟସ୍ତ ବିବ୍ରତ ନ ହୋଇ ଖୁସିରେ ବଡ଼ ଦିନ ଡ଼ିସେମ୍ବର ୨୫କୁ ପାଳନ କରିବାକୁ ବାର୍ତ୍ତା ଦେଇଥିଲେ I