ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତିଙ୍କ ନେତୃତ୍ୱରେ ଇତିହାସ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଶୋଭା ଅନୁଷ୍ଠିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଂଗୀତ ମାଧ୍ୟମରେ +୩ ସିନିୟର ଛାତ୍ର ଛାତ୍ରୀ ଏବଂ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାନ୍ତି ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାଆରମ୍ଭ କରିଥିଲେ l ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଦୃଢ଼ ମାନବିକତା ଏବଂ ସାଧନା ସଂକଳ୍ପ ରହିଲେ ଜୀବନରେ ସଫଳତା ପାଇପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ ଏବଂ ମାଟି ଓ ଜନ୍ମଧାତ୍ରୀଙ୍କୁ ଭଲ ପାଇବା ପାଇଁ ପରାମର୍ଶ ଦେଇଥିଲେ l ଇତିହାସ ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ଅତିଥି ଭାବରେ ଏ କଲେଜ ପ୍ରଶାସନିକ ଅଧିକାରୀ ଏମ ସି ଏସ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ନରେନ୍ଦ୍ର ଦିଗାଲ ଯୋଗଦେଇ, ମହାବିଦ୍ୟାଳୟ ର ଆଦର୍ଶ ଓ ନିୟମ ନିତି ଓ ଶୃଙ୍ଖଳା ଉପରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ଓ ସଚେତନତା କରିଥିଲେ l ଅଧ୍ୟାପକ ସୁରଜ ସାଶମଲ ଛାତ୍ରଛାତ୍ରୀଙ୍କୁ ଇତିହାସର ଗଭୀର ଭିତରକୁ ପ୍ରବେଶ କରି ନୁଆଁ ଗବେଷଣା କରିବା ଉଚିତ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ଆଜିର କାର୍ଯ୍ୟକ୍ରମ ରେ ଅଧ୍ୟାପିକା ପ୍ରିୟଦର୍ଶନି ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଶୁଭଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଛାତ୍ର ବିମଲ ପ୍ରଧାନ, ରୁଦ୍ରସେନ କହଁର, ଦୀପକ ଦିଗାଲ, ବିଷ୍ନୁପ୍ରିୟ ସାହୁ, ଅର୍ଣ୍ଣପୁନ୍ନା ମଲ୍ଲିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l