ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ହିଞ୍ଜିଳି ପୁଲିସ: କଳା ସଫାରୀ ସହ ୧୦୮କିଲୋ ଗଞ୍ଜେଇ ଜବତ, ୨ଗିରଫ…..

ହିଞ୍ଜିଳିକାଟୁ(ରିପୋର୍ଟର ରାକେଶ ପାଢ଼ୀ): ବୌଦ୍ଧରୁ କେରଳ କୁ କଳା ସଫାରୀ କାରରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ହିଞ୍ଜିଳି ପୁଲିସ l ୧୦୮ କିଲୋ ଗଞ୍ଜେଇ ସହ ଦୁଇ ଗିରଫ l ସୂଚନା ଅନୁସାରେ କଳା ସଫାରୀ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଭାବେ ହିଞ୍ଜିଳି ନୂଆଁ ବୁରୁପଡ଼ା ଛକ ନିକଟରେ କାରଟିକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ବେଳେ କାର ଭିତରେ ୧୦୮ କିଲୋ ଗଞ୍ଜେଇ ଥିବା ଜଣାପଡିଥିଲା l ଉକ୍ତ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ କେରଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା l ଘଟଣାକୁ ନେଇ ହିଞ୍ଜିଳି ଥାନାରେ ନଂ ୮୫୬/୨୬ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳେ କଳା ସଫାରୀ କାରକୁ ଜବତ କରିଛି ପୁଲିସ । ତେବେ ଏତେ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା, ଏହା ପଛରେ କିଏ କିଏ ସାମିଲ ଅଛନ୍ତି ଏବଂ ଚାଲାଣର ମୁଖ୍ୟ ଲିଙ୍କ୍ କ’ଣ, ସେନେଇ ପୋଲିସ ତଦନ୍ତ ଚାଲିଥିବା ହିଞ୍ଜିଳି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।