କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଘୁ.ଉଦୟଗିରି ଶାଖା କାର୍ଯ୍ୟାଳୟ ପାଇଁ ପ୍ରସ୍ତୁତି ବୈଠକ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ସ୍ଥିତ ଲ୍ୟାମ୍ପସ କାର୍ଯ୍ୟଳୟ ପରିସରରେ ବରିଷ୍ଟ ସାମ୍ୱାଦିକ ତଥା କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ସାଧାରଣ ସମ୍ପଦକ ସୁବାଷ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦର ଶାଖା କାର୍ଯ୍ୟାଳୟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ପ୍ରଗତୀ ଚିନ୍ତନ ପରିଷଦର ଉପ ସଭାପତି ଦିଲୀପ କୁମାର ସାହାଣୀ, ସହ ସଂପାଦକ ଶୁଭେନ୍ଦୁ ତ୍ରୀପାଠୀ ଉପସ୍ଥିତ ରହି ଏହାର ଆଭିମୁଖ୍ୟ ସଂପର୍କରେ ବୁଝାଇଥିଲେ ।

csp

ଆଗାମୀ ଦିନରେ ଘୁ.ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା, ଇକୋ ପାର୍କ ଓ କାଲିଗାଦୁ ହିଲ ଟପକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପ୍ରଦାନ। ରଜାଗାଦା ଜଳପ୍ରପାତ, କଳିଙ୍ଗାଘାଟିର ବିକାଶ ଊପରେ ଗୁରୁତ୍ଵ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଦେବନାଥ ଦଳବେହେରା, ସାମ୍ବାଦିକ ରାମକୃଷ୍ଣ ଚୌଧୁରୀ, ସାମ୍ବାଦିକ ଗଗନ ପ୍ରଧାନ, ଲ୍ୟାମ୍ପ ସଭାପତି ଜମେଶ ପ୍ରଧାନ, ବିନୋଦ ବିହାରୀ ଦାସ, ଚିତ୍ତରଞ୍ଜନ ସାହୁ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ଉପସ୍ଥାପନ କରିଥିଲେ। ପରେ ମାଲିକାପଡି ପଞ୍ଚାୟତ ସ୍ଥିତ ବାଦେନାଯୁ ଗ୍ରାମର କିଛି ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରଯାଇଥିଲା।