ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଶନିବାର ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ସାତ୍ୟକି ସାହୁ, ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଉପସଭାପତି ଆମାଶ ପାଟମାଝୀ ସ୍ଵାଗତ ଭାଷଣ ଦେଇଥିଲେ । ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନଂଦ ଦାସ, ବିକାଶ ସିଂ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚି ରାମ ରଣସିଂ, ସୁବାସ ଗୌଡ, ପି ଆନନ୍ଦ ରାଓ, ପି ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ୪ ଟି ମ୍ୟାଚକୁ ପରିଚାଳନା କରିଥିଲେ । ପ୍ରଥମ ମ୍ୟାଚ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟକୁ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା । ଏଥିରେ ଫୁଲବାଣୀ ୨-୦ ସେଟରେ ବିଜୟ ହୋଇ ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲା । ଦ୍ଵିତୀୟ ମ୍ୟାଚ ସିଟି କଲେଜ ବ୍ରହ୍ମପୁର ଓ ଇନ୍ଦିରା ସ୍ମାରକୀ କଲେଜ ଚାନ୍ଦିପୁଟ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଚାନ୍ଦିପୁଟ ବିଜୟ ହୋଇଥିଲା । ତୃତୀୟ ମ୍ୟାଚ ଆର୍ ଏନ୍ କଲେଜ ଦୁରା ଓ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ମ୍ୟାଚ ହୋଇଥିଲା । ଏଥିରେ ଦୁରା କଲେଜ ବିଜୟ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଚତୁର୍ଥ ମ୍ୟାଚ ସି ଟି କଲେଜ ବ୍ରହ୍ମପୁର ଓ କେ ଏସ ୟୁ ବି କଲେଜ ଭଞ୍ଜନଗର ମଧ୍ୟରେ ମ୍ୟାଚ ହୋଇଥିଲା । ଏଥିରେ ସି ଟି କଲେଜ ବିଜୟ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ରବିବାର ଅପରାହ୍ନରେ ଫାଇନାଲ ମ୍ୟାଚ ଖେଳା ଯିବ ସୂଚନା ମିଳିଛି l