କାଶୀନଗର ପୁଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ, ଦୁଇ ଅଭିଯୁକ୍ତ ଗିରଫ……

ଅନୁସନ୍ଧାନ ଭାରତ(ବ୍ୟୁର): କାଶୀନଗର ପୁଲିସ ଦ୍ବାରା ବିପୁଳ ପରିମାଣର ଚନ୍ଦନ କାଠ ଜବତ ଓ ଦୁଇ ଅଭିଯୁକ୍ତ ଗିରଫ l ଗିରଫ ଦୁଇ ଅଭିଯୁକ୍ତ ମାନେ ହେଲେ ଗୁମ୍ମା ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତ ଗୋରବା ଗ୍ରାମର ଅନ୍ୟ ଜଣେ କେ ସୀତାପୁର ଗ୍ରାମର ବୋଲି ପୁଲିସ ସୁତ୍ରରୁ ପ୍ରକାଶ । ବିଳମ୍ବିତ ରାତ୍ରିରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ପୁଲିସ ପେଟ୍ରୋଲି କରୁଥିବା ବେଳେ ସନ୍ଦେହରେ ଏକ ବାଇକକୁ ଯାଞ୍ଚ କରିଥିଲା ପୁଲିସ l ସେଠାରୁ କିଛି ପରିମାଣର ଚନ୍ଦନ କାଠ ପାଈବା ପରେ ଅଧିକ ଖୋଳତାଡ କରି ଏକ ସିମେଣ୍ଟ ଗୋଦାମରୁ ତିନିଟି ବସ୍ତାରେ ଗଛିତ ଥିବା ଚନ୍ଦନ କାଠକୁ ଜବତ କରିଛି । ଗୋଦାମ ମାଲିକ ଓ ଅନ୍ୟ ଜଣେ ଚାଲାଣ କାରିକୁ ଧରିବାରେ ସଫଳ ହୋଇଛି କାଶୀନଗର ପୁଲିସ । ଜବତ କାଠର ଆନୁମାନିକ ମୁଲ୍ୟ ପାଞ୍ଚ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ କହିଛି । ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଅଞ୍ଚଳରୁ ଚୋରି ହୋଇଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା ତାହା ନେଇ ତଦନ୍ତ ଜାରି ରଖିଛି ପୁଲିସ । ଗୁମ୍ମା ଜଙ୍ଗଲରୁ ଚୋରିକରି ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଜବତ ପରେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଛି ପୁଲିସ । ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହା ଚନ୍ଦନ କାଠ ବୋଲି ସ୍ବଷ୍ଟ ହୋଇଥିବା ବେଳେ ଅଧିକ ତଦନ୍ତ ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଛି ।