ଅନୁସନ୍ଧାନ ଭାରତ(ବ୍ୟୁର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀଅବସର ଅବସରରେ ଅକ୍ଟୋବର ୨ ତାରିଖରୁ ବିଜେଡି ଦଳର ସୁପ୍ରିମୋ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦଳର ନେତାମନ୍ତ୍ରୀମାନଙ୍କ ନେତୃତ୍ୱରେ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା କରାଯାଉଥିବା ଦେଖିବାକୁ ମିଳିଛି । ଏହି ପଦଯାତ୍ରାର ମୂଳ ଉଦ୍ଦେଶ୍ୟ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରି ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା । ଗଂଜାମ ଜିଲାର ବ୍ରହ୍ମପୁର ମହାନଗର ବିଜେଡ଼ି ପକ୍ଷରୁ ସହରର ବିଭିନ୍ନ ୱାର୍ଡରେ ଏହି ପଦଯାତ୍ରା ବିଭିନ୍ନ ସ୍ଥାନରେ କରାଯାଉଥିବା ବେଳେ ଶନିବାର ସକାଳେ ୧୦ ନଂ ୱାର୍ଡରେ ଏବଂ ସନ୍ଧ୍ୟାରେ ୧୧ ଓ ୧୩ ନଂ ୱାର୍ଡରେ ପଦଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେ଼ପୁଟି ମେୟର ଇ. ବିବେକ ରେଡ୍ଡୀ, ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସମ୍ପାଦକ ସୁବାସ ମହାରଣା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଉକ୍ତ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ସଭାପତି ବିଜୟ ସାମଲ, ଯୁବ ସଭାପତି ଅଜିତ୍ ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ଜିଲ୍ଲା ସଭାନେତ୍ରୀ ସୋନାଲି ଗନ୍ତାୟତ, କର୍ପୋରେଟର ବିଷ୍ଣୁ ପ୍ରିୟା ସାହୁ, ବବି ନାୟକ, ଚିତ୍ରସେନ ମହାପାତ୍ର, ଦୁର୍ଗା କୁମାର ନାୟକ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସନ୍ତୋଷ ସେଠୀ, ସଞ୍ଜିତ ପାଣିଗ୍ରାହୀ, ଟି.ତ୍ରିପତିପାତ୍ର, ଜାମୁଲା ଶ୍ରୀନୁ, ଟି କିଶୋର ପାତ୍ର, ଅଶ୍ଵୀନୀ ପଟ୍ଟନାୟକ, ସମୀର ମିଶ୍ର,ପଦ୍ମିନୀ ମିଶ୍ର, କାଦମ୍ବରୀ ଦାସ, ସ୍ୱର୍ଣ୍ଣଲତା ସାବତ, ମମତା ପାତ୍ର, ଶ୍ୱେତାରେଖା ତ୍ରିପାଠୀ, ବରିଷ୍ଠ ନେତା ଭୀମସେନ ଦଳେଇ, ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ଦଣ୍ଡପାଣି ନାୟକ, ଲାଞ୍ଜିଆ ସମିତି ସଭ୍ୟ କାଁହୁ ଚରଣ ପାତ୍ରଶୂନ୍ୟ ଦାସ, ତୁମ୍ବନାଥ ପଣ୍ଡା, ଦୁର୍ଗା ପ୍ରସାଦ ପଣ୍ଡା, ଦୁର୍ଗା ମାଧବ ସାବତ, ଗାଗୁଣି ପାତ୍ର, ମେରିସୀଲା ଜସେଫଙ୍କ ସମେତ ବିଜେଡିର ଶତାଧିକ କର୍ମୀମାନେ ଏହି ଅଭିଯାନରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇଥିଲେ । ପଦଯାତ୍ରା ପରେ ଉତ୍କଳ ସିନେମା ହଲ ଛକ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।