ଅନୁସନ୍ଧାନ ଭାରତ(ବ୍ୟୁର): ଷଷ୍ଠ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃବିଦୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଆୟୋଜିତ ହୋଇଛି । ପ୍ରଥମ ପ୍ରଯ୍ୟାୟରେ ଗୁମ୍ମା ଓ କାଶୀନଗର ବାଳକ ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା l ଏଥିରେ କାଶୀନଗର ବାଳକ ଟିମ ୨/୧ ରେ ବିଜେତା ହୋଇଛନ୍ତି l 

ଦ୍ୱିତୀୟ ପ୍ରଯ୍ୟାୟରେ ମୋହନା ଓ ପାରଳାଖେମୁଣ୍ଡି ପୌରପାଳିକା ବାଳିକା ଟିମ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା l ଏଥିରେ ମୋହନା ବାଳିକା ଟିମ ୩/୨ ଗୋଲ ସୁଟ ଓଉଟରେ କୃତକାର୍ଯ୍ୟ ହୋଇଥିଲା ଏହି ଦିବସରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ, ଜବାହର ନବଉଦୟ ବିଧ୍ୟାଳୟ ଅଧକ୍ଷ ପ୍ରଦୀପ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏସ. ଭି. ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିରୁମାଲା ରାଓ ପଟନାୟକ, ପାରଳାଖେମୁଣ୍ଡି ମହେନ୍ଦ୍ର ଗିରି ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ତବରଡ଼ା ଉନ୍ନୀତ ଉଚ୍ଚ ବିଧ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ, ଆଇ. ପି ସୁରେନ୍ଦ୍ର ପାତ୍ର, ଆମ୍ପୋଲୁ ରବି କୁମାର, ଅମୁଲ୍ୟ ପାଣିଗ୍ରାହୀ, ଦିଲୀପ କୁମାର ବାଗସିଂ, ଲିଙ୍ଗ ରାଜ ସାହୁ, ଧିରେନ କୁମାର ସାମଲ, କାଳିଆ ପ୍ରଧାନ, କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଡ଼.ଲିପ୍ସା ମିଶ୍ର ଓ ତାଙ୍କ ଟିମ FIRST AID ବ୍ୟବସ୍ଥା କରିଥିଲେ