କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ସଭାପତି ପ୍ରଭାତ କୁମାର୍ ସାହାଣୀଙ୍କ ଅଧ୍ୟକ୍ଷତାରେ ଗୋଛାପଡ଼ା ଥାନାର ସମସ୍ତ ହୋମଗାର୍ଡମାନଙ୍କୁ ନେଇଁ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହେଇଯାଇଛି । କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ଆଡ଼ର୍ଭାଜର୍ କୁନା ଦିଗାଲଙ୍କ ଉପସ୍ଥିତରେ ଗୋଛାପଡ଼ା ଥାନା ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ସ୍ୱଛଭାରତ କାର୍ଯ୍ୟକ୍ରମ କରିବା ସହିତ ଗୋଛାପଡ଼ା ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ ହେଇଥିଲା । ଆଗାମୀ ଦିନରେ ଗୋଛାପଡ଼ା ଥାନା ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ, କାର୍ଯ୍ୟକ୍ରମ ରକ୍ତଦାନ, ଅସହାୟକମାନଙ୍କୁ ସହାୟତା, ସ୍ୱଛଭାରତ ଅଭିଯାନ, ଏପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା କରାଯାଇଥିଲା ଏବଂ ମାନବାଧିକାର୍ ମିସନ ଷ୍ଟେଟ୍ ଚ୍ୟାର୍ମେନ ଏବଂ ସଭାପତିଙ୍କ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ସଂଘ କର୍ମକର୍ତ୍ତା ହିୟୁମାନ ରାଇଟ୍ସ ମିସନର ସଦସ୍ୟ ହୋଇ ଆଗାମୀ ଦିନରେ ହୋମଗାର୍ଡ ଭାଇ ଭଉଣୀମାନଙ୍କୁ କିପରି ଉଚିତ୍ ନ୍ୟାୟ ମାନବାଧିକାର ମିସନ ମାଧ୍ୟମରେ ପାଇ ପାରିବେ ସେ ବିଷୟରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ଆଲୋଚନା କରିଥିଲେ ଏବଂ ସମାଜରେ ମାନବାଧିକାର ମିସନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ଗୋଛାପଡ଼ା ଥାନାରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ କରାଯାଇଛି । ଗୋଛାପଡ଼ା ଥାନା ହୋମଗାର୍ଡ ସଂଘ ସଭାପତି ଲେବେନ୍ଦ୍ର ଦିଗାଲ, ଉପସଭାପତି ଦୁର୍ଯ୍ୟଶେଖର ମଲ୍ଲିକ, ସମ୍ପାଦନ ପ୍ରଶାନ୍ତ କୁମାର କହଁର, ସହ ସମ୍ପାଦନ, ସୁବାଷ ଚନ୍ଦ୍ର କହର, କୋଷାଧ୍ୟକ୍ଷ ସୋମନାଥ ବିନ୍ଦାଣୀ, ଉପକୋଷାଧ୍ୟକ୍ଷ ଭାବରେ ଅଭିରାମ ମହାନନ୍ଧ, ସଚିଦାନନ୍ଧ ସାଣ୍ଡ, କାର୍ଯ୍ୟକାରୀ ସଭାପତି ନାମେଶର ମିଶ୍ର ଏବଂ ପରାମର୍ଶ ଦାତା ଭାବରେ ସାମ୍ବାଦିକ ହୁରଞୀନ ସେଠୀଙ୍କୁ ଚୟନ କରାଯାଇଛି । ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ଆଡ଼ର୍ଭାଇଜର୍ ସାମ୍ବାଦିକ ତଥା ସମାଜସେବୀ କୁନା ଦିଗାଲ, ସଭାପତି ପ୍ରଭାତ କୁମାର୍ ସାହାଣୀ, ଉପସଭାପତି, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରି ସଭାପତି, ଅଖୟ କୁମାର ରାୟ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶେଖ ରିହାଜୁଦିନ୍, ଜୟନ୍ତୀ ଚୈଧୁରି, ସାଫିରିନ ଖାନ୍ ଏବଂ ଗୋଛାପଡ଼ା ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ ଉପସ୍ଥିତ ଥିଲେ । କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସରକାରୀ ମାନ୍ୟତା ସାଠିଫିକେଟ୍ ମିଳିଥିବାରୁ ତାଙ୍କୁ ଗୋଛାପଡ଼ା ଥାନାର ହୋମଗାର୍ଡମାନେ ମହାସଂଘକୂ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣେଇଛନ୍ତି । ଏହା ସହ କନ୍ଧମାଳ ଜିଲ୍ଲାର ହୋମଗାର୍ଡ ମଞୁଳା ନାୟକ ରାଜ୍ୟର ସମସ୍ତ ହୋମଗାର୍ଡମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ହାଇକୋର୍ଟରେ ବିଚାରଧିନ ଥିବା କେସକୁ ଗୋଛାପଡ଼ା ଥାନାର ହୋମଗାର୍ଡମାନେ ଉପଯୁକ୍ତ ସହଯୋଗ କରିବ l କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ସମସ୍ୟା ଖୁବଶୀଘ୍ର ସଫଳ ହୋଇପାରିବ ବୋଲି ଉକ୍ତ ସଭାରେ ଆଲୋଚନା କରାଯାଇଥିଲା । ଶେଷରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘର ସମ୍ପାଦକ ସପନ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ ।