ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନର ୧୪ ତମ ଫାଉଣ୍ଡେସନ ଦିବସ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମରେ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନରେ ଆଜି ୧୪ ତମ ଫାଉଣ୍ଡେସନ ଦିବସ ପାଳନ ହେ।ଇଛି । ଏହି ଅବସରେ ବାଲିଗୁଡା ଗଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି ୧୪ ତମ ଫାଉଣ୍ଡେସନ ଦିବସର ଶୁଭାରଂମ୍ଭ କରିଥିଲେ । ଶ୍ରୀ ଅତୁଲ୍ୟ କୁମାର ନାୟକ ଏଲ.ଏସ.ଏମ ୧୪ ତମ ଫାଉଣ୍ଡେସନ ଦିବସକୁ ପରିଚାଳିତ କରିଥିଲେ, ଏଲ.ଏସ.ଏମର ସମ୍ପାଦକ ଶ୍ରୀ ବିକ୍ରମ ଦିଗାଲ , ଏଲ.ଏସ.ଏମର ଦର୍ଶନ ଓ କାର୍ଯ୍ୟ କୁ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରିଥିଲେ । ସେ ପ୍ରକାଶ କରିଥିଲେ କି ଏଲ.ଏସ.ଏମ ଅନୁଷ୍ଠାନ ଦ୍ୱାରା ପରିଚାଳିତ ‘ହାଉସ ଅଫ ଲଭ ‘ ଶିଶୁ ଯତ୍ନ ଅନୁଷ୍ଠାନର ଅନାଥ କୁନି କୁନି ପିଲାଙ୍କୁ ରଖି ସେମାନଙ୍କର ସମସ୍ତ ଦାଇତ୍ଵ ନେବା ସହିତ ପାଠ ପଢ଼ିବାରେ ଉତ୍ସାହିତ କରାଯାଏ ଓ ସେମାନଙ୍କ ଥଇଥାନ ନିମନ୍ତେ ସେମାନଙ୍କ ଦକ୍ଷତା ଅନୁସାରେ ଅନେକଙ୍କୁ ଆଇଟିଆଇ ରେ, Nursing Collageରେ ଓ ସିଲେଇ ତାଲିମ ପାଇଁ ପଠାଯାଇଅଛି ସେମାନଙ୍କ ଥଇଥାନ ନିମନ୍ତେ । ଏଲ.ଏସ.ଏମ କେବଳ ଶିଶୁ ଯତ୍ନ ଅନୁଷ୍ଠାନ ପରିଚାଲିତ କରେ ନାହିଁ, ତତ୍ ସହିତ ସମାଜର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଦୀର୍ଘ ୧୩ ହେଲା କରି ଆଶୁଛି । ଯେପରିକି, ନିରକ୍ଷର ମାନଙ୍କୁ ସ୍ୱାକ୍ଷର କରିବା ପାଇଁ ” ପ୍ରୋଢ଼ ଶିକ୍ଷା”, ବୃକ୍ଷରୋପଣ, ବିଭିନ୍ନ ସଚେତନ କାର୍ଯ୍ୟକ୍ରମ, ବୃଦ୍ଧ ଓ ବିଧବା ମାମାନଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ, ପରିବାର କାଉନସେଲିଂ, କ୍ୟାରିୟର କାଉନସେଲିଂ, ଛାତ୍ର ଓ ଛାତ୍ରୀଙ୍କୁ ସେଲ୍ଫ ଡିଫେନ୍ସ ତାଲିମ, ଇନକମ୍ ଜେରେସନ ପ୍ରୋଗ୍ରାମ, ସ୍କିଲ ଡେ଼ଭଲାପମେଣ୍ଟ ତାଲିମ, ଫ୍ରି ଟୁସନ, ପୁସ୍ତକ ବଣ୍ଟନ, ଫ୍ରି ଆଈ କ୍ୟାମ୍ପ, ଫ୍ରି ହେଲଥ କ୍ୟାମ୍ପ , କରନା ସଚେତନ କାର୍ଯ୍ୟକ୍ରମ, ମାସ୍କ, ସନିଟାଇଜ଼ଏ, ରେସନ ବଣ୍ଟନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମାଜର ଉନ୍ନତି ନିମନ୍ତେ କରିଆଶୁଅଛି l ଆଗକୁ ମଧ୍ୟ ସମାଜର ହିତ ଓ କଲ୍ୟାଣ ନିମନ୍ତେ ଏଲ.ଏସ.ଏମର ପ୍ରୟାସ ଜାରି ରହିବ ବୋଲି ସଂସ୍ଥାର ମୁଖ୍ୟ କହିଛନ୍ତି । ତତ୍ପରେ ବାଲିଗୁଡା ଗଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶଶାଙ୍କ ପାତ୍ର ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହିତ ଅନୁଷ୍ଠାନକୁ ପ୍ରସଂଶା କରିଥିଲେ l ଏହା ସହ ଶିଶୁ ଯତ୍ନ ଅନୁଷ୍ଠାନର ପୁଅ ଓ ଝିଅଙ୍କୁ ଉତ୍ତମ ଭାବରେ ପାଠ ପଢାଇ ଚାକିରୀ କରିବା ପାଇଁ ଏନକୋରେଜ କରିଥିଲେ ଓ ଦେଶର ମାନ ରଖିବା ସହିତ ଅନୁଷ୍ଠାନର ଗର୍ଭ ହେଇ ଠିଆ ହେବାକୁ ଆଭାଁନ ଦେଇ ଥିଲେ । ଏହିଅବସରରେ ହାଉସ ଅଫ ଲଭ ‘ ଶିଶୁ ଯତ୍ନ ଅନୁଷ୍ଠାନର କୁନି କୁନି ବାଳକ ଓ ବାଳିକାମାନେ ପରିବେଶକୁ ରଙ୍ଗୀନ କରିବା ସହପୁରସ୍କାର କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ଏଲ.ଏସ.ଏମର ସଭାପତି ଶ୍ରୀ ଆମୋଶ ନାୟକ ଧନ୍ୟବାଦ ଆତିଥି ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଥିଲେ।