ୱ।ନଷ୍ଟପ ସେଣ୍ଟର (ସଖୀ)ର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ୱ।ନଷ୍ଟପ ସେଣ୍ଟର (ସଖୀ) କଳାହାଣ୍ଡି ଶାଖାର ତୃତୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସ୍ଵଧାର ଗୃହର ପରିଚାଳିକା ଶ୍ରୀମତୀ ଜୟଶ୍ରୀ ଦାସ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସ୍ୱେଛାସେବା କଲ୍ୟାଣୀ ଦାଶ, ସମ୍ମାନୀତ ଅତିଥି ଭାବରେ ମହିଳା ସପୋର୍ଟ ସେଣ୍ଟର ଏସ୍‌ ସୂଜାତା ଶାଗରଯୋଗ ଦେଇ ଥିଲେ । ସେହି ପରି ଜିଲ୍ଲା ମିଳିତ ସାମ୍ବାଦିକ ସଂଘ (K. Z.M.S.S.) ର ସଭାପତି ନାରାୟଣ ପ୍ରସାଦ ନାୟକ ଓ ଉପସଭାପତି ମଧୁସୂଦନ ମହାପାତ୍ର ମଧ୍ୟ ଯୋଗଦେଇ ଥିଲେ । ଉତ୍ସବର ଆରମ୍ଭରେ ସଖୀ ସେଣ୍ଟର ଶାଖା ପରିଚାଲିକା ବିନିତା ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବବ ୩ ବର୍ଷର ବିବରଣୀ ପାଠ କରିବା ସହ ଶାଖାର ବିଭିନ୍ନ ଦିଗ ଉପରେ ବିସ୍ତାର ରୂପରେ ପ୍ରକାଶ କରି ବର୍ତ୍ତମାନ ସୁଧା ୨୦୯ କେସ ଆସିଥିଲା ସେଥିମଧ୍ୟରୁ ୧୫୦ ଗୋଟି କେସକୁ ସେଣ୍ଟେରରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କ ସହାୟତାରେ ସମାଧାନ କରାଯାଇଥିବା କହିଥିଲେ । ଅତିଥିମାନେ ନିଜନିଜ ବକ୍ତବ୍ୟରେ ସେଣ୍ଟର କାର୍ଯ୍ୟକଳାପକୁ ପ୍ରସଂଶା କରିଥିଲେ ।