ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି l ଆଜିର ଏହି ଜାତୀୟ କ୍ରୀଡ଼ା ଦିବସ ହକିର ଯାଦୁ ଘର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଛି l ଏହି ଅବସରରେ ଗଜପତି ଷ୍ଟାଡିୟମ୍ ପରିସରରେ ସକାଳ ୧୧ଘଣ୍ଟା ସମୟରେ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଆମ ଜିଲ୍ଲା ଖେଳାଳୀମାନଙ୍କ ଦକ୍ଷତାର ପ୍ରଶଂସା କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା l ସେହିପରି ସନ୍ଧ୍ୟାରେ ଇନଡୋର ହଲ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାରେ ଉତ୍ତମ ପ୍ରଦର୍ଶକାରୀ କ୍ରିଡ଼ା ପ୍ରତିଭା ଭାବେ ଭାଗିରତି ଜେନା, ମୁନୁ ପାତ୍ର, ଲିଙ୍ଗରାଜ ପଟାଯୋଶୀ ଓ ସମୀର ଗାନ୍ତଙ୍କୁ ଜିଲ୍ଲା ପ୍ରଶସନ ତରଫରୁ ପୁରସ୍କତ କରାଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ପିଡି ଡିଆର୍ ଡିଏ ଲଳିତ କହଁର, ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପାଲଗୁନି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଯୁଗୁଲି ଚରଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁକ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଅଧିକାରୀ ନଟବର ଗରଡ଼ା ଓ ତାଙ୍କ ସହକର୍ମୀଙ୍କ ଦ୍ବାରା ପରିଚାଳନା କରିଥିଲେ l