ବାଲିଗୁଡାରେ ରାଧାପ୍ରେମ ଲୀଳା ନାଟକ ମଞ୍ଚସ୍ଥ ପାଇଁ ଚାଲିଛି ଆଖଡ଼ା…..

ଅନୁସନ୍ଧାନ ଭାରତ(ବ୍ୟୁର): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ ନାଟକ ପାଇଁ ଜୋରସୋରରେ ଚାଲିଛି ଆଖଡ଼ା l ବର୍ତ୍ତମାନ ଆଧୁନିକ ସ୍ପର୍ଶ କରୁଥିବା ବେଳେ ଧୀରେ ଧୀରେ ପୁରାତନ ସଂସ୍କୃତି ପରମ୍ପରା ଲୁପ୍ତ ହେବାକୁ ଯାଉଛି l ଏହି ସମୟରେ ବିଲୁପ୍ତପ୍ରାୟ ପ୍ରସିଦ୍ଧ ଲୋକ ନାଟକ ରାଧାପ୍ରେମ ଲୀଳାରକୁ କନ୍ଧମାଳର ମାଆ ପାଟଖଣ୍ଡା ଲୋକ ନାଟକ ସଂଘ ବାଲିଗୁଡା କଳା ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି l ଅନୁଷ୍ଠାନର ଶିଶୁ କଳାକାରମାନଙ୍କୁ ନେଇ କନ୍ଧମାଳରେ ପ୍ରଥମଥର ପାଇଁ ଏହି ସଂଘ ତରଫରୁ ନାଟକ ମଞ୍ଚସ୍ଥ ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାଲିଗୁଡାବାସୀ ଖୁସି ପ୍ରକଟ କରିଛନ୍ତି l ଅନୁଷ୍ଠାନର ସଭାପତି ଲଳିତ ପାତ୍ର ଅଧିକାରୀ, ପ୍ରମୋଦ କୁମାର ଦଣ୍ଡସେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ସଚ୍ଚିଦାନନ୍ଦ ପାତ୍ର, ଯୁଧିଷ୍ଠିର ପାତ୍ର, ପୁରସ୍ତମ ପାତ୍ର, ପୁରସ୍ତମ ନାୟକ, ବିଜୟ ଅମୟତଙ୍କ ନେତୃତ୍ୱରେ ବାଲିଗୁଡା ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଆଗାମୀ ଦୁର୍ଗାପୂଜାରେ ନାଟକ ମଞ୍ଚସ୍ଥର ଶୁଭଆରମ୍ଭ କରିବା ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l ନାଟକ ନିର୍ଦେଶନା ଦାୟିତ୍ୱ ଗଞ୍ଜାମ ପୋଡାମାରି ଅଂଚଳର ଅଭିମନ୍ୟୁ ବେହେରା ନେଇଥିବା ଜଣାପଡିଛି l