ବାଲିଗୁଡା ଏନଏସିର ଦୁର୍ନୀତି ବିରୋଧରେ କଂଗ୍ରେସର ଏନଏସି ଅଫିସ ଘେରାଉ……

ଅନୁସନ୍ଧାନ ଭାରତ(ବ୍ୟୁର): ଅଫିସରଙ୍କୁ ଆଇନର ପାଠ ପଢ଼ାଇଲେ କଂଗ୍ରେସ ନେତା l ବାଲିଗୁଡା ଏନଏସିରେ ଦିନକୁ ଦିନ ଦୁର୍ନୀତି ବୃଦ୍ଧି ପାଉଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ଼ ଲାଞ୍ଚ କାରବାର, ମୁକ୍ତା ଯୋଜନାରେ ଘୋଟଲା, ସ୍ୱାସ୍ଥ୍ୟ ଜଳ ପରିମଳ ବ୍ୟବସ୍ଥା ବିପର୍ଯୟ, ଭୁମୀହୀନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ନଦେବା ଆଦି ଆଠ ଦଫାଦାବୀ ସର୍ବ ସାଧାରଣ ନ୍ୟାୟ ହାସଲ ଓ଼ ଦୁର୍ନୀତିର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବୀକରି ଆଜି ବାଲିଗୁଡା ନଗର କଂଗ୍ରେସ ସଭାପତି ସ୍ୱପ୍ନେଶ୍ୱର ସାହୁ, ବ୍ଲକ ସଭାପତି ଆଇବର ନାୟକ ଏବଂ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଦିବାସୀ ମହାବିଦ୍ୟାଳୟରୁ ବାହାରି ଏନଏସି କାର୍ଯାଳୟରେ ଧସେଇ ପଶି ହଟ୍ଟଗୋଳ କରି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କୁ ଘେରି ଯାଇଥିଲେ କଂଗ୍ରେସ କର୍ମୀ l ଏହି ଘେରାଉରେ ବାଲିଗୁଡା ଏନଏସିର ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଏନଏସି କତୃପକ୍ଷ ବିଜେଡି ଦଳର ହାତ ବାରିସୀ ସାଜି ଠିକାଦାର କାର୍ଯ୍ୟ ଓ଼ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ପ୍ରିୟା ପ୍ରୀତି ନୀତିରେ ଚାଲିଛି l ସୂଚନା ଅଧିକାର ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ କରୁଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ l ତଥ୍ୟ ମାଗିଲେ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ଅନ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ କଂଗ୍ରେସ ଦଳର ଆକ୍ରୋଶ ଦେଖିବାକୁ ମିଳିଥିଲା l ଏହା ସହ ବିଜେଡି ବିରୋଧରେ ମୁର୍ଦାବାଦ ସ୍ଲୋଗାନ କରିଥିଲେ କଂଗ୍ରେସ କର୍ମୀ l ଏହାର ତୁରନ୍ତ ପଦକ୍ଷେପ ନିଆନ ଗଲେ ଆଗାମୀ ଦିନରେ ବାଲିଗୁଡା ବନ୍ଦ ଡାକରା ଦେବାକୁ ନଗର କଂଗ୍ରେସ ଓ଼ ବ୍ଲକ କଂଗ୍ରେସ ଚେତାବନୀ ଦେଇଛି l ଖବର ପାଇ ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର, ଥାନା ଅଧିକାରୀ ବାବା ଶଙ୍କର ସରାଫ ଉତ୍ୟକ୍ତ କଂଗ୍ରେସ କର୍ମୀଙ୍କୁ ବୁଝାସୁଝା କରିଥିଲେ l ଏତିକି ବେଳେ ଆଇନର ପାଠ ପଢାଇଲେ କଂଗ୍ରେସ ନେତା ତଥା କନ୍ଧମାଳ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟ ଯାହା କି ବାଲିଗୁଡାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି l