କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ଠାରେ ଡଃ ଅରୁପ କୁମାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ ସଂଘର ସଭ୍ୟସଭ୍ୟା ଓ କର୍ମକର୍ତ୍ତାମାନଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ l ସାଧାରଣ ସମ୍ପାଦକ ଜୟସେନ ପରିଡା ଗତବାର୍ଷିକ ଉତ୍ସବ ଓ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ l କରୋନା ଯୋଗୁଁ କେତେକ ଜନମଙ୍ଗଳ କାର୍ଯ୍ୟକ୍ରମ କରାଯାଇପାରିନଥିଲା l ଚଳିତ କାର୍ଯ୍ୟକାରୀ କମିଟିକୁ ସଭାପତି ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ l ସଦସ୍ୟମାନଙ୍କ ଅନୁରୋଧ କ୍ରମେ ଡଃ ଅରୁପ କୁମାର ଜେନା ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ l ସର୍ବ ସମ୍ମତି କ୍ରମେ ସଂଘର ସଭାପତି ରୂପେ ଡଃ ଅରୁପ କୁମାର ଜେନା ମନୋନୀତ ହୋଇ ଥିବା ବେଳେ କାର୍ଯ୍ୟକାରୀ ସଭାପତି ରୂପେ ସୁନିଲ ପଟ୍ଟନାୟକ ଓ ସାଧାରଣ ସଂମ୍ପାଦକ ରୂପେ ଅଶୋକ ପରିଡାଙ୍କୁ ମନୋନୀତ କରାଯାଇଛି l ଚାରି ଜଣ ଉପସଭାପତି ରୂପେ ସନ୍ତୋଷ କୁମାର ଦିଗଲଙ୍କ ସହ ଅଭିମନ୍ୟୁ ପଣ୍ଡା, ପ୍ରକାଶ ନାୟକ, ସମୀର ପାଢ଼ୀ ମନୋନୀତ ହୋଇଛନ୍ତି l ପାଞ୍ଚ ଜଣ ସମ୍ପାଦକଙ୍କ ମଧ୍ୟରେ ଅଜିତ ନାୟକ, ପ୍ରମୋଦ ଦଣ୍ଡସେନା, ରାମକୃଷ୍ଣ ଚୌଧୁରୀ, ଅମୀୟ ସିଂ ଓ ଶ୍ରବଣ ଦିଗାଲ ମନୋନୀତ ହୋଇଛନ୍ତି l କୋଷାଧ୍ୟକ୍ଷ ଭାବେ ଶିବାନନ୍ଦ ପଟ୍ଟନାୟକ ମନୋନୀତ ହୋଇଛନ୍ତି l ଦଶ ଜଣିଆ କାର୍ଯ୍ୟକାରୀ କମିଟିକୁ ଜୟସେନ ପରିଡା, ଚତୁର୍ଭୁଜ ଦାସ, ବିଜୟ ମହାନ୍ତି, ନାରାୟଣ ସାହୁ, ରଜତ ନାୟକ , ଅଶୋକ ମିଶ୍ର, ଅରୁଣ ଦିଗାଲ, ଅଚ୍ୟୁତାନନ୍ଦ ସେଠୀ, ନିବେଦିତା ଖାଡେଙ୍ଗା ଓ ମୌସୁମୀ ରାୟ ମନୋନୀତ ହୋଇଛନ୍ତି l ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ନାଜିର ଅଖତାର, ମହାଦେବ ସାହୁ, ବିଦ୍ୟାଧର ପାଳ ଓ ଶିଶିର ପଟ୍ଟନାୟକ ମନୋନୀତ ହୋଇଛନ୍ତି l ନିମନ୍ତ୍ରିତ ସଦସ୍ୟଭାବେ ୧୨ଜଣ ମନୋନୀତ ସଭ୍ୟଙ୍କ ମଧ୍ୟରେ ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠୀ, ଶିବ ବିଶ୍ୱାଳ, କିଶୋର ସାହୁ, ପ୍ରଶାନ୍ତ ପଣ୍ଡା, ଶିବ ପ୍ରସାଦ ନାୟକ, ପ୍ରଶାନ୍ତ ଜେନା, ସୂର୍ଯ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ବେହେରା, ରଞିତ ଦିଗାଲ, ଖିତିଷ ମଲିକ ଓ ପ୍ରଭାତ ନନ୍ଦ ପ୍ରମୁଖ ମନୋନୀତ ହୋଇଛନ୍ତି l ଗଣମାଧ୍ୟମ ପ୍ରତିନିଧିମାନେ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷା କରି ସମାଜରୁ ଅନ୍ୟାୟ ଦୁର୍ନୀତି ଶୋଷଣ ଦୂର କରି ଏକ ବିକଶିତ ଜିଲ୍ଲା ଗଠନ ପାଇଁ ପ୍ରୟାଶ କରିଆସୁଛନ୍ତି l ତଥ୍ୟ ଭିତିକ ସତ୍ୟ ସମ୍ବାଦ ପରିବେଷଣ କରି ସମାଜର ମଙ୍ଗଳ କରିବା ପାଇଁ ସଂଘର ସଦସ୍ୟମାନେ କାର୍ଯ୍ୟ କରୁଥିବା ସଭାପତି ଡଃ ଅରୂପ କୁମାର ଜେନା ସୂଚନା ଦେଇଥିଲେ l ଜିଲାର ବିଭିନ୍ନ ଅଞ୍ଚଳର ସାମ୍ବାଦିକମାନେ ଏହି ବୈଠକରେ ଯୋଗଦାନ କରିଥିଲେ l