କିଟ୍ ଗ୍ରାଉଣ୍ଡ ଠାରେ ଜାତୀୟ ବଧିର ଟେଷ୍ଟ ଓ ଟି ୨୦ କ୍ରିକେଟ ପାଇଁ ଖେଳାଳି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ……

ଅନୁସନ୍ଧାନ ଭାରତ(ବ୍ୟୁର): ଜାତୀୟ ବଧିର ଦ୍ବିତୀୟ ଟେଷ୍ଟ ଓ ଟି ୨୦ କ୍ରିକେଟ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ପକ୍ଷରୁ ଖେଳିବା ପାଇଁ ଖେଳାଳି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଆ ବଧିର କ୍ରିକେଟ ଏକାଡେମୀ ପକ୍ଷରୁ ଭୁବନେଶ୍ବର ସ୍ଥିତ କିଟ୍ ଗ୍ରାଉଣ୍ଡ ଠାରେ ଅନୁଷ୍ଠିତ ଏହି ଚୟନ ପ୍ରକିୟାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଶେଷକରି କଳାହାଣ୍ଡି, ବ୍ରହ୍ମପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରୁ ଖେଳାଳିମାନେ ଯୋଗ ଦେଇଥିଲେ l ମୁଖ୍ୟ ଚୟନ କର୍ତ୍ତା ରବିନ୍ଦ୍ର ନାୟକ ଓ ସାଗର କାନ୍ତ ସେନାପତିଙ୍କ ଦ୍ଵାରା ଚୟନ ପ୍ରକିୟା ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା l ଏଥିରେ ଉଭୟ ଚାମ୍ପିଅନସିପ୍ ପାଇଁ ୧୯ ଜଣଙ୍କୁ ମନୋନୀତ କରାଯାଇଥିଲା l ପ୍ରାଥମିକ ତାଲିକାରେ ୧୬ ଜଣ ଥିଲା ବେଳେ ୩ ଜଣ‌ ଷ୍ଟାଣ୍ଡଵାଇ ଥିଲେ l ସେମାନେ ହେଲେ ହରପ୍ରସାଦ ରଥ, ରବିନ୍ଦ୍ର କୁମାର ନାୟକ, ସୋଭନ ରଥ, ସୌଭାଗ୍ୟ ମହାନ୍ତି, ରଞ୍ଜନ କୁମାର ସାହୁ, ପ୍ରଦୀପ ପାଣ୍ଡେ, ମାନସ କୁମାର ସାମଲ, ଆନନ୍ଦ ଭୋଇ, ଶଶୀଭୂଷଣ ମହାନ୍ତି, ସୁଶାନ୍ତ କୁମାର ଦାଶ, ହିମାଂଶୁ ଭୂଷଣ ବରାଳ, ଦିଲ୍ଲୀପ କୁମାର ପ୍ରଧାନ, ଅମିତ୍ ତିର୍କି, ଏସ୍ କେ ସାହାଣୀ, ସରୋଜ ତରାଇ, ପ୍ରବୀର କୁମାର ଖୋସଲା l ଷ୍ଟାଣ୍ଡବାଇ ଖେଳାଳି ଭାବରେ ଜ୍ୟୋତି ରଞ୍ଜନ ବେହେରା, କ୍ଷୀର ସିନ୍ଧୁ ସେଠ୍, କେ କେ ବାରିକଙ୍କୁ ମନୋନୀତ କରାଯାଇଥିଲା l