ମାଲିକାପୋଡି ଗ୍ରାମପଞ୍ଚାୟତର ବାଡେନାଜୁ ଗ୍ରାମ ବାସୀଙ୍କ ଦୁର୍ଦଶା, ଝର ଫୁଟିଛି ଘର ଭିତରେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଲୋକଙ୍କ ଉପରେ ଦାଉ ସାଧୁଛି ପାଣିର ଝର l ଗାଁ ଲୋକେ ନା ଘରେ ଠିକ ସେ ରହି ପାରୁଛନ୍ତି ନା ଶାନ୍ତିରେ ଶୋଇ ପାରୁଛନ୍ତି l ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକାପୋଡି ଗ୍ରାମପଞ୍ଚାୟତର ବାଡେନାଜୁ ଗ୍ରାମର ୱାର୍ଡ ନମ୍ବର ୧୧ରେ ଘଟିଛି l ଏଠାକାର ପ୍ରାୟତଃ ଘର ଭିତରେ ଦେଖିବାକୁ ମଳିଛି ପାଣିର ଝର l

ଏହି ଝର ପାଣି ଅନବରତ ଘର ଭିତରେ ପୂର୍ଣ୍ଣ ହୋଇ ରହୁଥିବାରୁ ଘର ଲୋକ କାନ୍ଥରେ ଛିଦ୍ର କରି ଘର ପାଣି ବାହାରକୁ ଛାଡ଼ୁଥିବା ଦେଖିବାକୁ ମିଳିଛି l ଯଦି ଏହି ପରି ଘର ଭିତରେ ପାଣି ରୁହେ ତେବେ ଘର ଭାଙ୍ଗିଵା ସୁନିଶ୍ଚିତ l ଏଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ l ଅନ୍ୟପଟେ କହିବାକୁ ଗଲେ ଝର ପାଣି ରାସ୍ତା ଉପରେ ପ୍ରବାହିତ ହୋଇ ବାଡେନାଜୁ ମାଲିକାପୋଡି ମୁଖ୍ୟ ରାସ୍ତାରେ ଉଛୁଳୁଛି l

csp

ଲୋକଙ୍କ କହିବା ଅନୁଯାୟୀ ବହୁ ବର୍ଷ ପୂର୍ବେ ଏପରି ଝର ବାହାରି ଅଳ୍ପ ଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା l କିନ୍ତୁ ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଏପରି ଘର ଭିତରେ ପାଣିର ଝର ପ୍ରାୟ ଦଶଦିନରୁ ଉର୍ଦ୍ଧ ହେବ ଗାଁ ଲୋକଙ୍କୁ ଦାଉ ସାଧୁଛି l ଏଣୁ ଏହାର ସମାଧାନ ନିମନ୍ତେ ଗୋବର୍ଦ୍ଧନ ପ୍ରଧାନ, ଅନୁଜ କୁମାର ପ୍ରଧାନ, ଦୀପକ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ରାଜୁ ପ୍ରଧାନ, ଅରୁଣ କୁମାର ପ୍ରଧାନ, ଅଜିତ କୁମାର ପ୍ରଧାନ ଏବଂ ପୁରନ୍ଦର ପ୍ରଧାନ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରି ଡ୍ରେନେଜ ବ୍ୟବସ୍ଥା ପାଇଁ ଦାବୀ କରିଛନ୍ତି l