ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ, କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର ଅଗ୍ରଗତିର ରାଜ୍ୟ ଗ୍ରାମୀଣ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ ପରିଦର୍ଶନ କରି ସମୀକ୍ଷା କରିଥିଲେ l ରାୟଗଡ଼ ବ୍ଲକର ପୁଟିସାହି ଠାରୁ ଲିମାରସିଙ୍ଗି ରାସ୍ତାର ପୋଲ ନିର୍ମାଣ ହେବା ପରେ ଜନସାଧରଣଙ୍କ ଯାତାୟାତ ନିମନ୍ତେ ଅନେକ ସୁବିଧା ପାଇପାରିବେ ବୋଲି ସଚିବ କହିଛନ୍ତି l ଶୁକ୍ରବାର ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି, ଜଙ୍ଗଲ, ଜମି, ଗ୍ରାମ୍ୟ ଭିତ୍ତିକ ସମସ୍ୟା କୁ ତୁରନ୍ତ ସମାଧାନ କରିବା ପାଇଁ ସଂପୃକ୍ତ ବିଭାଗୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସମସ୍ତ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ଜନସାଧାଣଙ୍କ ସୁବିଧା ଅସୁବିଧା ବୁଝନ୍ତୁ ଏବଂ ସେହିଠାରେ ସମସ୍ଯାର ସମାଧାନ ହୋଇନପାରିଲେ ଜିଲ୍ଲାପାଳ ତଥା ଉପରିସ୍ଥ ଅଧିକାରୀମାନଙ୍କୁ ଅବଗତ କରାନ୍ତୁ l ସମସ୍ତ ସମସ୍ୟାର ସମାଧାନ କରି କାର୍ଯ୍ୟଗୁଡିକ ସଠିକ ସମୟରେ ସମାପନ କରନ୍ତୁ ବୋଲି ସଚିବ କହିଥିଲେ l ପୂର୍ବାହ୍ନରେ ଜିଲ୍ଲାର ରାୟଗଡ଼, ଆର୍.ଉଦୟଗିରି ଓ ମୋହନା ବ୍ଲକ୍ ଗ୍ରସ୍ତ କରି ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ ଯୋଜନା ଓ ପିଡବ୍ଲୁଡି ରାସ୍ତାର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାର୍ଯ୍ୟର କ୍ଷେତ୍ର ସ୍ତରୀୟ ଅଗ୍ରଗତି ଓ ସମୀକ୍ଷା କରିଥିଲେ l ସମସ୍ତ ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରି ସମସ୍ତ ସୁବିଧା ଅସୁବିଧା ବୁଝିବେ ଓ କାର୍ଯ୍ୟର ଗତିକୁ ଅଧିକ ତ୍ବରାନିତ କରି ସମୟ ସୀମା ମଧ୍ୟରେ ଶୀଘ୍ର ଶେଷ କରିବାକୁ ଜଣାଇଥିଲେ l ଏହି ପରିଦର୍ଶନ ଅବସରରେ ସମସ୍ତ ନିର୍ମାଣ କାର୍ଯ୍ୟକୁ ଦେଖି ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଖୁସି ପ୍ରକାଶ କରିଥିଲେ l ଏହି ପରିଦର୍ଶନ ସମୟରେ ରାଜ୍ୟ ଗ୍ରାମ୍ୟ ନିର୍ମାଣ କୋଠବାଡି ଓ ସେତୁ ବିଭାଗ ଯନ୍ତ୍ରୀ ମୁଖ୍ୟ ପ୍ରଦୀପ ସାମଲ, ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ବ୍ରହ୍ମପୁର ଜୋନ୍ ଗ୍ରାମ ନିର୍ମାଣ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରି, ଜିଲ୍ଲା ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ନିର୍ମଳ କୁମାର ଦାସ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ l