ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ ୨୧ କେଜି ୧୫୦ଗ୍ରାମ ଓଜନର ଗଞ୍ଜେଇ ଭର୍ତ୍ତି ବସ୍ତା ଓ ଗୋଟିଏ ମୋଟର ସାଇକେଲ ଜବତ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଗଞ୍ଜେଇ ମାଫିଆମାନେ ହେଲେ ସୋରଡ଼ା ଥାନା ଅଞ୍ଚଳ ଖାରୀଗୁଡ଼ା ଗ୍ରାମର ଜଗମହନ ପ୍ରଧାନ ଓ କେସରା ଗ୍ରାମର ପ୍ରବୀଣ କୁମାର ଗଉଡ଼ l ସୂଚନା ଅନୁଯାୟୀ ଗୁରୁବାର ଦିନ ଦୁଇ ମାଫିଆ ୨୨୦ସିସି କଳା ପୋଲସର ବାଇକ ନଂ ଓଡ଼ି ୩୨ଏଫ ୧୯୮୫ ଯୋଗେ ବାଲିଗୁଡାରୁ ସୋରଡ଼ା ଅଭିମୁଖେ ଗଞ୍ଜେଇ ଭର୍ତ୍ତି ବସ୍ତାରେ ଚାଲାଣ କରୁଥିବା ବେଳେ ଶ୍ରାନିକେତା ନିକଟ ଆମ୍ବ ଖାଲିଆ ଘାଟିରେ ପୁଲିସ ହାବୁଡ଼ରେ ପଡ଼ିଥିଲେ l ଉଭୟଙ୍କୁ ଦାରିଙ୍ଗବାଡ଼ି ପୁଲିସ ଯାଞ୍ଚ କରି ୨୧କେଜି୧୫୦ଗ୍ରାମର ଗଞ୍ଜେଇ ଓ ବ୍ୟବହୃତ ମୋଟର ସାଇକେଲ ଜବତ କରିବା ସହ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ୧୪୩/୨୨ ନଂରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l