ରେଗେଡା ଆଦର୍ଶ ବିଧ୍ୟାଳୟ ପ୍ରାଙ୍ଗଣ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ମୁଖ୍ୟଅଥିତି ଭାବେ ଯୋଗ ଦେଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ…….

ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଶ୍ରୀ ଦୁତୀୟ ବନଛୋର ଓ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ତତ୍ତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗେଡା ପଞ୍ଚାୟତ ସ୍ଥିତ ଆଦର୍ଶ ବିଧ୍ୟାଳୟ ପ୍ରାଙ୍ଗଣ ଠାରେ ସ୍ଵଚ୍ଛ ଗ୍ରାମ ସବୁଜ ଗ୍ରାମ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ, ସଂମ୍ମାନିତ ଅଥିତି ରେଗେଡା ସରପଞ୍ଚ ଶ୍ରୀମତୀ ଦିପ୍ତୀ ରାଣୀ ସାହୁ, ସୁରେନ୍ଦ୍ର ସାହୁ, ସୁଧୀର ମହାନ୍ତି, ନେହେରୁ ଯୁବକେନ୍ଦ୍ର ଜାତୀୟ ଯୁବ ସ୍ୱେଚ୍ଛା ସେବୀ ସନତ କୁମାର ସାହୁ, ପୂର୍ବତନ ସ୍ୱେଚ୍ଛା ସେବୀ ଶ୍ରୀ ଦେବେନ୍ଦ୍ର କୁମାର, ହରିହର କଳା ସଂସ୍କୃତିକ ଅନୁଷ୍ଠାନ ସଭାପତି ଶ୍ରୀ ଗୋପବନ୍ଧୁ ସାହୁ, ରେଗେଡା ଆଦର୍ଶ ବିଧ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉପସ୍ଥିତରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା l