ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ଫୁଟବଲ୍ କ୍ଲବ ଦ୍ବାରା ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଲେକ୍ଚରର ବୁଳିଅନ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ବାଲିଗୁଡା ବନାମ ଫୁଲବାଣୀ (ବୁଢା ଦାନି) ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ କମିଟିର ସଭାପତି ଶାନ୍ତନୁ କୁମାର ପ୍ରଧାନ ଯୋଗ ଦେଇ ଭାଇ ଚାରା ଓ ଶୃଙ୍ଖଳା ରକ୍ଷାକରି ଉଚ୍ଚ କ୍ରୀଡାପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ l
ଅନ୍ୟତମ ଅତିଥି ଭାବେ ସହକାରୀ ଯନ୍ତ୍ରୀ ମର୍କେଶ ମାଲିକ୍, ସଂଯୋଜକ ପ୍ରଭାତ ରଞ୍ଜନ ସାହୁ ଓ ସୂର୍ଗତ ବୁଲିଙ୍କ ଝିଅ ଏନ୍ ପ୍ରଶଂସା ଉପସ୍ଥିତ ଥିବା ବେଳେ l ମ୍ୟାଚକୁ ମହମ୍ମଦ ଜମିଲ ପରିଚାଳନା କରିଥଲେ l ଆଜିର ମ୍ୟାଚରେ ମେନ୍ ଅଫ ଦି ସ୍କୋରର ଯୁଗଳ କିଶୋର ଦିଗାଲ ଓ ବେଷ୍ଟ ପ୍ଲେର ଭାବେ ରାଜାକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ l ରେଫରି ଭାବେ ସୁଜିତ୍ ରାଜା ହଂସ, ଲାଇନ ମେନ୍ ଭାବେ ଜଗନ୍ନାଥ କହଁର ଓ ବିଚିତ୍ରା ପ୍ରଧାନ ଥିବା ବେଳେ ମ୍ୟାଚ ପରିଚାଳନାରେ ଆଲୋକ, ଏମ ଡି ଆଲମାସ୍, ଦୀପକ ଓ ଇମ୍ରନ ସହଯୋଗ କରିଥିଲେ l ଶନିବାର ଦିନ ଘୁ.ଉଦୟଗିରି ( ଦୀପକ ଏଫ ସି )ବନାମ ପାଦାଙ୍ଗୀ (ହନୀ ଏଫ୍ ସି) ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l