ଅନୁସନ୍ଧାନ ଭାରତ(ବ୍ୟୁର): ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବୁଧବାର ଫୁଲବାଣୀ ସହରରେ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଥିଲା l ନାରାୟଣୀ ମନ୍ଦିର ପରିସରରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳଙ୍କ କାର୍ଯାଳୟ ନିକଟସ୍ଥ କରୋନେସନ ପଡିଆରେ ପହଞ୍ଚିଥିଲା l ସହରରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କାରମେଲ ସ୍କୁଲ, ପବ୍ଲିକ ସ୍କୁଲ ସମେତ ଜିଏନଏମ କଲେଜ ଓ ଅନ୍ୟାନ୍ୟ ସ୍କୁଲର ହଜାର ହଜାର ଛାତ୍ର ଛାତ୍ରୀମାନେ ହାତରେ ତ୍ରିରଙ୍ଗା ପତାକା ଧରି, ଦେଶ ଭକ୍ତି ସ୍ଲୋଗାନ ମଧ୍ୟ ଦେଇଥିଲେ l ସେହିପରି କରୋନେସନ ପଡିଆ ଠାରେ ଆୟୋଜିତ ସଭାରେ ସଙ୍ଘ ସଂଚାଳକ ରମେଶ ଚନ୍ଦ୍ର ସାହୁ, ସୁବେଦାର ସେଠି, ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ବରିଷ୍ଠ ଆଇନଯିବି ଭଗବାନ ମହାନ୍ତି, ବିଶ୍ୱହିନ୍ଦୁ ପରିଷଦ ପରେଶ ମହାପାତ୍ର, ଅବସର ପ୍ରାପ୍ତ ସେନା କର୍ମଚାରୀ ଶିବା ପାତ୍ର, ଲିଙ୍ଗରାଜ ଦଳବେହେରା, ପ୍ରମୁଖ ଯୋଗଦେଇ ଦେଶ ସ୍ୱାଧିନତାରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀ ମାନେ ବଳିଦାନ ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ସେହପରି କଷ୍ଟଲବ୍ଧ ସ୍ୱାଧୀନତାକୁ ସମ୍ମାନ ଜଣାଇବା ସହ ଅକ୍ଷୁର୍ଣ ରଖିବାକୁ ଯୁବସମାଜକୁ ଆହ୍ୱାନ ଦେଇଥଲେ l