ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ୭୫ ଦୀପ ପ୍ରଜ୍ଜ୍ଵଳନ କାର୍ଯ୍ୟକ୍ରମ ଆୟୋଜିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ୭୫ଟି ଦୀପ ପ୍ରଜ୍ଜ୍ଵଳନ ଭାରତ ମାତାଙ୍କ ଉଦ୍ଦେଶ୍ୟରେ ହୋଇଥିଲା l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବା ବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ, ସଭାପତି ଶ୍ରୀ ବି ଗଜପତି ରାଓ ଓ ସଦସ୍ୟ ଶ୍ରୀ ମତି ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ବରିଷ୍ଠ ଅଭିଭାବିକା ଶ୍ରୀମତି ଜୟନ୍ତୀ ଦାସ ଦୀପ ପ୍ରଜ୍ଜ୍ଵଳନ କରିଥିଲେ l କେତେକ ମାତୃମଣ୍ଡଳୀ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ଵଳନରେ ସହଯୋଗ କରିଥିଲେ l ଆଚାର୍ଯ୍ୟା ଶ୍ରୀମତି ସଂଯୁକ୍ତା ନାୟକ ସଂଯୋଜନା କରିଥିଲେ l