ଅନୁସନ୍ଧାନ ଭାରତ(ବ୍ୟୁର): ଘୁ. ଉଦୟଗିରି ଫୁଟବଲ୍ କ୍ଲବ ସହଯୋଗରେ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଲେକ୍ଚରର ବୁଲିଅନ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ସାରଙ୍ଗଡ଼ ବନାମ ଭଞ୍ଜନଗର (ଚକରାବିଶୋଇ) ମ୍ୟାଚ ଅନୁଷ୍ଠିତ ହୋଇ ଥିଲା I ଏହି ମେଚରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧକ୍ଷା ସୁଷମା ପ୍ରଧାନ ଯୋଗ ଦେଇ କ୍ରୀଡା ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ସହ ଭାଇଚାରା ସୃଷ୍ଟି କରିବାର ମାଧ୍ୟମ ବୋଲି କହିଥିଲେ I ଅନ୍ୟତମ ଅତିଥି ଭାବେ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ସୁନୀଲ କୁମାର ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ମାଜିରା ପ୍ରଧାନ ସହକାରୀ ଯନ୍ତ୍ରୀ ମର୍କେଶ ମାଲିକ, ସାମ୍ବାଦିକ ଦେବନାଥ ଦଳବେହେରା, ଶାନ୍ତନୁ କୁମାର ପ୍ରଧାନ ଏ କ୍ରିଷ୍ଣା ଓ ସୂର୍ଗତ ବୁଲିଙ୍କ ଝିଅ ଏନ୍ ପ୍ରଶଂସା ଉପସ୍ଥିତ ଥିବା ବେଳେ I ମ୍ୟାଚକୁ କିଶୋର ଚନ୍ଦ୍ର ନାୟକ ପରିଚାଳନା କରି ଥିଲେ I ଆଜିର ମ୍ୟାଚରେ ସାରାଙ୍ଗଡ ୧/୦ ରେ ବିଜୟା ହୋଇଥିବା ବେଳେ ମେନ୍ ଅଫ ଦି ମ୍ୟାଚ୍ ଭାବେ ମୋହନ ମାଝୀ ଓ ବେଷ୍ଟ ଡ଼ିଫେନ୍ସ ଭବେ ସିଦ୍ଧାନ୍ତ ପ୍ରଧାନକୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ I ରେଫରି ଭାବେ ଜଗନ୍ନାଥ କହଁର, ଲାଇନ ମେନ୍ ଭାବେ ବୁତୁଲି କହଁର, ସୁଜିତ୍ ରାଜହଂସ ଓ ସନ୍ତସ ନୟକ ଥିବାବେଳେ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେକିନୁ, ଜିମି, ପିଣ୍ଟୁ, ଓ ଲୁଲୁ l ପରବର୍ତ୍ତୀ ମ୍ୟାଚ ବୁଢ଼ାଦାନି ବନାମ ବାଲିଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି I