ନିଶିଗନ୍ଧ। ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ଇନ୍ଦିରାଗାନ୍ଧୀ ପାର୍କ ଠାରେ ରକ୍ଷାବନ୍ଧନ ଉତ୍ସବ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଦିନ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଏବଂ ନିଶିଗନ୍ଧ। ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୁବନେଶ୍ବରସ୍ଥ ଇନ୍ଦିରାଗାନ୍ଧୀ ପାର୍କ ଠାରେ ରକ୍ଷାବନ୍ଧନ ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ବୃକ୍ଷ ପୂଜନ ଓ ବୃକ୍ଷରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ହେବା ସହିତ ଚାରା ବଣ୍ଟନ ମଧ୍ୟ କରାଯାଇଥିଲା l ଉତ୍ସବରେ ଉଦ୍ଘାଟକ ଭାବରେ ପ୍ରଫେସର ପ୍ରସନ୍ନ ପାଟସାଣୀ, ମୁଖ୍ୟ ଅତିଥି ଭାବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ଓ ଜଗନ୍ନାଥ ସଂସ୍କୃତିର ଧାରାବାହିକ ଗବେଷକ ପ୍ରଫେସର ଡ଼ଃ ହରିହର କାନୁନଗୋ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ରଶ୍ମୀମୟୀ ପଟ୍ଟନାୟକ, ଆନୁସୃତା ସିଂହ ଦେଓ, ସୌଭାଗ୍ୟବତୀ ମହାପାତ୍ର, ଦିଲ୍ଲୀପ କୁମାର ନାୟକ, ପ୍ରତିଷ୍ଠାତା ଓ ସୁସଂଗଠକ ତଥା କବି ଶ୍ରୀ ବଳରାମ ତରାଇ, ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, କବି ତଥା ନିଶିଗନ୍ଧା ଖବର ସଭାପତି ଶ୍ରୀ ନୀରଦ ଚନ୍ଦ୍ର ଜେନା, କବି, ଗାଳ୍ପିକ, ସଂଳାପ ଲେଖକ ତଥା ଚିତ୍ରଶିଳ୍ପୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଭାତ ମହାରଣାଙ୍କ ସମେତ ଅନ୍ୟାନ ବହୁ ବଳିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l ସମସ୍ତ ଅତିଥିବୃନ୍ଦ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ଗଛଟିଏ ଲଗାନ୍ତୁ ଜୀବନ ବଞ୍ଚନ୍ତୁ, ବୃକ୍ଷ ହିଁ ଆମ ଜୀବନ ଓ ଗଛ ଲଗାଅ ଅଭିଯାନ ପ୍ରସଙ୍ଗ ଉପସ୍ଥାପନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l