ଗୁଣପୁରଠାରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ……

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଥିଲା l ସ୍ବାଧୀନତାର ୭୫ ବର୍ଷ ପାଳନ ଅବସରରେ ୭୫ ଜଣ ସରସ୍କୃତି ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ରମାନେ ତ୍ରିରଙ୍ଗା ତଥା ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ l ଅନୁଷ୍ଠାନର ଛାତ୍ରମାନେ ଘୋଷ ବଜାଇ ଶୋଭାଯାତ୍ରାର ଆକର୍ଷଣ ବଢାଇଥିଲେ l ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ ଶତପଥିଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା l

csp

ସେହିଭଳି ବାଳନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତ୍ରିରଙ୍ଗା ଯାତ୍ରା ହୋଇଥିଲl । ଅନ୍ତେବାସି ପିଲାମାନେ ହାତରେ ଜାତୀୟ ପତାକା ସହ ହର ଘର ତ୍ରିରଙ୍ଗା ପୋଷ୍ଟର ଏବଂ ବ୍ୟାନର ଧରି ଜନ ସାଧାରଣଙ୍କୁ ଦେଶ ମାତୃକାର ବାର୍ତ୍ତା ପ୍ରଦାନ କରିଥିଲେ l ଅନୁଷ୍ଠାନର ପ୍ରତିଷ୍ଠାତା ବାଞ୍ଛାନିଧି ମହାନ୍ତି, ସଭାପତି ଏଲ-ସୁରେଶ, ସଂପାଦିକା ରଶ୍ମିରେଖା ମହାନ୍ତିଙ୍କ ସମେତ ପରିଚାଳକ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ l