ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ସହରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ସମେତ୍ ଅନ୍ୟ ଶିକ୍ଷା କେନ୍ଦ୍ର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି l
ଆଜି ସକାଳୁ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟକୁ ଯାଇ ଗୁରୁଜୀ ଏବଂ ଗୁରୁମାଙ୍କ ଉପସ୍ଥିତିରେ ଅତି ଖୁସି ଓ ଆଡମ୍ବରରେ ଭାଇଭଉଣୀ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ଖୁସିରେ ପାଳନ କରିଛନ୍ତି ଛାତ୍ରଛାତ୍ରୀ l ଏହି ଅବସରରେ ଛାତ୍ରୀମାନେ ନିଜ ନିଜ ସ୍ନେହର ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭଉଣୀଙ୍କ ରକ୍ଷା କବଚ ସୂଚକ ରୂପେ ପବିତ୍ର ରାକ୍ଷୀ ବାନ୍ଧି ମିଠା ଖୁଏଇ ଥିବା ଦେଖିବାକୁ ମିଳିଛି l ପ୍ରଧାନ ଗୁରୁଜୀ ଏବଂ ଗୁରୁଜୀ ଗୁରୁମା ଉପସ୍ଥିତ ପିଲାଙ୍କୁ ରକ୍ଷା ବନ୍ଧନର ମାହାତ୍ମ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l