ଗୁଣପୁର ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁବାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁର ଠାରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଆଦର୍ଶ ଶିକ୍ଷକ ଶ୍ରୀ ଏମ୍ କେଶବ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l

csp

ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ ଓ ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ଆଚାର୍ଯ୍ୟା ଶ୍ରୀମତୀ ମମତା ମିଶ୍ର ସଂଯୋଜନା କରିଥିଲେ l ଶିଶୁମାନେ ପରସ୍ପର ମଧ୍ୟରେ ସ୍ନେହ ଓ ମମତା ତଥା ରକ୍ଷା କବଚର ପବିତ୍ର ଡୋରି ରାକ୍ଷୀ ବାନ୍ଧିବା ସହିତ ନିକଟସ୍ଥ ଶବର ବିହାର, ସ୍ଥାନୀୟ କାରାଗାର ଓ ଚିକିତ୍ସାଳୟକୁ ଯାଇ ସେଠାରେ ରକ୍ଷାବନ୍ଧନ ଉତ୍ସବ ରୀତିନୀତିରେ ପାଳନ କରିଥିଲେ l