ଶାଳବଣ ସାହିତ୍ୟ ସଂସଦ ଓ ବନବାସୀ ସେବା ସମିତି ଆନୁକୁଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ଗଙ୍ଗାଧର ଜୟନ୍ତୀ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ସ୍ଥାନୀୟ ବନବାସୀ ସେବା ସମିତି ପରିସରରେ ଶାଳବଣ ସାହିତ୍ୟ ସଂସଦ ଓ ବନବାସୀ ସେବା ସମିତି ଆନୁକୁଲ୍ୟରେ ସ୍ଵାଧୀନତାର ଅମୃତ ମହୋତ୍ସବ ଏବଂ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ସଭାପତି ଡ଼ଃ ମଧୁସୂଦନ ମହାପାତ୍ର ଅଧ୍ୟକ୍ଷତା କରିଥିଲେ l ବନବାସୀ ସେବା ସମିତିର ସମ୍ପାଦକ ଉଛ୍ଛବଚରଣ ଜେନା ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଥିବା ବେଳେ କୁରେଇର ମୁଖ୍ୟ ସମ୍ପାଦକ ଡଃ ବିଭୂତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା, ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ଥିଲେ l ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ଅଧ୍ୟାପିକା ରୋଜାଲିନ୍ ମହାରଣା ଓ ସମ୍ପାଦକ ରବୀନ୍ଦ୍ରନାଥ ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ରୋଜାଲିନ ମହାରଣାଙ୍କ କବିତା ସଙ୍କଳନ ଶବ୍ଦ ଓ ସୃଷ୍ଟି କ୍ଷୁଦ୍ରଗଳ୍ପ ସଂକଳନ ଶେଷ ଫଗୁଣର ହସ ଉନ୍ମୋଚିତ ହୋଇଥିଲା l ବନବାସୀ ସେବା ସମିତିର ବାଳିକାମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରା ଯାଇଥିଲା l ପବିତ୍ର କହଁର, ସସ୍ମିତା ପଣ୍ଡା, ଦୀପ୍ତିମୟୀ ରଥ, ପ୍ରହ୍ଲାଦ ପ୍ରସାଦ ଲେଙ୍କା, କୈଳାସ ଚନ୍ଦ୍ର ବେହେରା, ଅଭିମନ୍ୟୁ ରାୟଗୁରୁ ଗଙ୍ଗାଧରଙ୍କ ପ୍ରସିଦ୍ଧ କବିତା ଆବୃତ୍ତି କରିବା ସହ ବକ୍ତବ୍ୟରେ ମନ୍ତ୍ରମୁଗ୍ଧ କରିଥିଲେ l ଶିକ୍ଷକ ସତ୍ୟନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l