ନାହି ନାହିଁ ରେ ଚାଲିଛି ଘୁ ଉଦୟଗିରି କୃଷି ଜିଲ୍ଲା କାର୍ଯ୍ୟାଳୟ : କେବଳ ଟେବୁଲ୍ ଚେୟାର ବ୍ୟତିତ କାର୍ଯ୍ୟାଳୟରେ କାର୍ଯାରତ ସରକାରୀ କର୍ମଚାରୀଙ୍କ ମିଳୁନି ଦେଖା …

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଏକ କୃଷି ଭିତ୍ତିକ ଜିଲ୍ଲା l ଏଠାରେ କୃଷିର ବିକାଶ ନିମନ୍ତେ ପ୍ରଶାସନ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ କରିଛନ୍ତି l ବିଭିନ୍ନ ଅଞ୍ଚଳ ଚାଷୀର ଏହି କେନ୍ଦ୍ରକୁ ଆସି ଉନ୍ନତମାନର ଚାଷ କରିବା ବିଷୟରେ ଏଠାରେ ଶିକ୍ଷା ଗ୍ରହଣ କରିଥାନ୍ତି l କୃଷି ଜିଲ୍ଲା କାର୍ଯ୍ୟାଳୟ ବାହରୁ ଦେଖିଲେ ସବୁ ଠିକଠାକ ଲାଗୁଛି ହେଲେ ଏହାର ଦୃଶ୍ୟ ସମ୍ପୂର୍ଣ୍ଣ ଭିନ୍ନ । ବାହାରେ ଦେଖିଲେ କାର୍ଯ୍ୟାଳୟ ସୁନ୍ଦର୍ ଦିଶୁଛି କିନ୍ତୁ ଭିତରକୁ ପ୍ରବେଶ କଲେ କେବଳ ଟେବୁଲ୍ ଚେୟାର ହିଁ ଦେଖା ଯାଉଛି l ଏହି କେନ୍ଦ୍ରରେ ଦୁଇ ଜଣ ପିଅନ ଅଛନ୍ତି l କାର୍ଯ୍ୟାଳୟ ଭିତରେ ସଫା ସୁତାର ରଖିଛନ୍ତି କିନ୍ତୁ କଣ ହେବ ସେହି ଚେୟାର ମାନଙ୍କରେ ବସିବା ଲୋକ ନାହାନ୍ତି ବା ଅଫିସର ନାହାନ୍ତି l ଆଜ୍ଞା ଆମେ କହୁଛୁ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ୪ନମ୍ୱର୍ ୱାର୍ଡ ମଧ୍ୟରେ ଶ୍ରୀରାମ ପଦା ଠାରେ ରହିଥିବା କୃଷି ଜିଲ୍ଲା କାର୍ଯ୍ୟାଳୟ ବିଷୟରେ l ଆଜି ହଠାତ୍ ସେହି କାର୍ଯ୍ୟାଳୟ ଆଡ଼କୁ ମୁହଁ ବୁଲାଇଲା ବେଳେ ଦେଖାଗଲା ଯେ କାର୍ଯ୍ୟାଳୟ ମଧ୍ୟରେ ଅଫିସର ଶୂନ୍ୟ। ଜଣେ ମହିଳା ଓ ଅନ୍ୟ ଜଣେ ପୁରୁଷ ପିଅନ ଏବଂ ଜଣେ ଜୁନିଅର ଆସିଷ୍ଟାଣ୍ଟ ରହିଛନ୍ତି l ସୁନ୍ଦର୍ ଭାବରେ କମ୍ପ୍ୟୁଟର ସଜାଡି ରଖା ହେଇଛି, ଚେୟାର ଉପରେ ସୁନ୍ଦର୍ ଟର୍କିସ ଟୱାଲ୍ ପଡିଛି, କିନ୍ତୁ ବାବୁମାନେ ନାହାନ୍ତି ବସିବା ପାଇଁ l କିଛି ସମୟ ପିଅନମାନଙ୍କ ସହ ଆଲୋଚନା ପରେ ସୂଚନା ମିଳିଲା ଯେ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର୍ ପାଣିଗ୍ରାହୀ ଏଠାରେ ରହୁ ନାହାନ୍ତି l ସେ ଫୁଲବାଣୀରେ ରହୁଛନ୍ତି ଏବଂ ଦୁଇ ଦୁଇଟି କାର୍ଯ୍ୟ ଦାୟିତ୍ୱରେ ଅଛନ୍ତି l ଫୋନ୍ ମାଧ୍ୟମରେ ଯୋଗାଯୋଗ ପରେ ଶୁଣିବାକୁ ପାଇଲୁ ଯେ ତାଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ୍ ପକ୍ଷରୁ ଫୁଲବାଣୀ କାର୍ଯ୍ୟାଳୟରେ ଅଧିକ କାମ ଦେଇ ଛନ୍ତି l ତେଣୁ ସେ ଏଠାକୁ ବେଳେ ବେଳେ ଆସୁଛନ୍ତି l ଘୁ.ଉଦୟଗିରି କାର୍ଯ୍ୟାଳୟରେ କାମ ଥିଲେ ମାସକୁ ଥରେ ଆସନ୍ତି l ଯାହା ପାଇଁ ଅଂଚଳ ବାସୀ ବହୁ ସମସ୍ୟାର ସମୁଖିନ ହେଉଛନ୍ତି l ବର୍ତ୍ତମାନ ନାହି ନାହିଁରେ ଘୁ.ଉଦୟଗିରି କୃଷି ଜିଲ୍ଲା କାର୍ଯ୍ୟାଳୟ l ବାକି ଅନ୍ୟ କର୍ମଚାରୀମାନେ କିଏ ତ ଆସିନାହାନ୍ତି ବା କିଏ ତ ଟିକାବାଲି ଯାଇଛନ୍ତି ବୋଲି ସୂଚନା ମିଳିଲା l ଏହିପରି ସ୍ଥଳେ ଗତ ୩ରୁ ୪ଦିନ ହେବ ଅଞ୍ଚାଳରେ ବର୍ଷା ଲାଗିରହିଥିବା ବେଳେ ଦିନ ୧୨ ଘଣ୍ଟା ସମୟ ପର୍ଯ୍ୟନ୍ତ କାହାର ଦେଖା ନାହିଁ l କାର୍ଯ୍ୟାଳୟ କର୍ମଚାରୀର ବିହୀନ ହୋଇପଡ଼ିଥିବା ଦେଖିବାକୁ ମିଳିଛି l ତେବେ କାର୍ଯ୍ୟଳୟ ପଶିବା ପୂର୍ବରୁ ସୂଚନା ଫଳକ ଅଛି ଆଜ୍ଞା, କଣ ନା “ମୋ ସରକାର” ହେଲ୍ପ ଡେସ୍କ। ଓ ବଡ଼ ଏକ ଫଳକ ଯେଉଁଠାରେ ଲେଖା ଥିବା ପାଇବେ ଯେ ଏହି କାର୍ଯ୍ୟଳୟ ରେ କାମ କରୁଥିବା ସମସ୍ତ କର୍ମଚାରୀ ସାଧାରଣ ଜନତାଙ୍କ ପଇସାରେ କାମ କରୁଛନ୍ତି ଇତ୍ୟାଦି ଇତ୍ୟାଦି l କିନ୍ତୁ ଦେଖିଲା ବେଳକୁ କେବଳ ଫାଙ୍କା ପଡିଛି କାର୍ଯ୍ୟାଳୟ ଓ ଏଠାରେ ରହିଥିବା ଅଫିସରମାନେ ଘରେ ରହି ପଇସା ନେଉଛନ୍ତି ବୋଲି ଅନୁମାନ କରାଯାଏ । ତେବେ କେବେ ସୁଧୁରିବ ଏହି କୃଷି ଜିଲ୍ଲା କାର୍ଯ୍ୟାଳୟ ତାହା ଦେଖିବାକୁ ବାକି ରହିଲା l ଏଦିଗରେ ସରକାର ଗୁରୁତ୍ବ ଦେବା ପାଇଁ ସାଧାରଣରେ ଦାବୀ ହେଉଛି l