ଅବ୍ୟବସ୍ଥା ଘେରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଘୁ.ଉଦୟଗିରି ଆଦର୍ଶ୍ ବିଦ୍ୟାଳୟ, ବାକିଆରେ ଚାଲିଛି ପିଲାଙ୍କ ମଧ୍ୟାହ୍ନ ଭୋଜନ….
ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ବିଭିନ୍ନ ଯୋଜନା ମାଧ୍ୟମରେ ଉନ୍ନତିକରଣ କରୁଛନ୍ତି l ଏହା ସହ ସରକାର ୫ ଟି ମାଧ୍ୟମରେ ବିଭିନ୍ନ ସ୍କୁଲର ନବୀକରଣ ଓ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରୁଛନ୍ତି l ସରକରଙ୍କ ସବୁ ଯୋଜନାର ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ଉତ୍ତମ ଓ ସୁରକ୍ଷିତ ପରିବେଶ l ହେଲେ ଘୁ.ଉଦୟଗିରି ଆଦର୍ଶ ବିଦ୍ୟାଳୟର ଅବସ୍ଥା ଚିନ୍ତା ଜନକ ହୋଇଛି l ଦୀର୍ଘ ଦିନ ଧରି ଆଦର୍ଶ ବୁଦ୍ୟାଳୟ ବିଭିନ୍ନ ସମସ୍ୟା ଭିତରେ ଚାଲି ଥିବା ଦେଖା ଦେଇଛି l ପ୍ରଥମତଃ ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ପଦବୀ ଖାଲି ରହିଅଛି l ଜଣେ ଶିକ୍ଷୟତ୍ରୀଙ୍କ ଅତିରିକ୍ତ ଅଧ୍ୟକ୍ଷା ଦାୟିତ୍ବରେ ଚାଲିଛି ବିଦ୍ୟାଳୟ l
ସ୍କୁଲକୁ ଯିବା ପାଇଁ ଭଲ ରାସ୍ତା ନାହିଁ l ପିଲା କାଦୁଅ ପାଣିରେ ବୁଡ଼ି ସ୍କୁଲକୁ ଯାଉଛନ୍ତି l ସ୍କୁଲ ଚତୁର୍ପାର୍ଶ୍ୱରେ ସୁରକ୍ଷା କାନ୍ଥ ନାହିଁ l ଯାହା ଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ନ ଥିବା ଅଭିବାବାକ l ସ୍କୁଲରେ ଛାତ୍ଛାରତ୍ରୀ ନିମନ୍ତେ ସାଇକଲ ଷ୍ଟାଣ୍ଡ ନାହିଁ l ସ୍କୁଲ ଠାରୁ ବହୁ ଦୂରରେ ଛାତ୍ରଛାତ୍ରୀ ନିଜ ନିଜ ସାଇକଲ ରଖି ପାଠ ପଢ଼ୁଛନ୍ତି l ତାହା ପୁଣି ନିଜ ଦାୟିତ୍ୱରେ ଚୋରୀ ଗଲେ କେହି ଦାୟୀ ରହିବେନାହିଁ l ବିଦ୍ୟାଳୟ ପାଖାପାଖି ଅଞ୍ଚଳ ଲଟା ବୁଦାରେ ପରିପୂର୍ଣ୍ଣ l ପ୍ରଶାସନ ଏଥି ପ୍ରତି ଆଗୁଆ ଦୃଷ୍ଟି ଦେଲେ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୁରକ୍ଷିତ ଆଦର୍ଶ ବିଦ୍ୟାଳୟ ହୋଇପାରିବ ବୋଲି ଅଂଚଳ ବାସୀ କହିଛନ୍ତି l ସେପଟେ ସ୍କୁଲରେ ଖେଳ ପଡ଼ିଆ ନାହିଁ କି ଖେଳ ଶିକ୍ଷକ ଓ ହିନ୍ଦୀ ଭାଷା ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି l ଛାତ୍ର ଛାତ୍ରୀଙ୍କ ନିମନ୍ତେ ପ୍ରସ୍ତୁତ ହେଉଥିବା ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇ ଘରଟିଏ ମଧ୍ୟ ନାହିଁ l କୋଟି କୋଟି ଟଙ୍କା ବ୍ୟୟରେ ବିଦ୍ୟାଳୟ ନିର୍ମାଣ ହୋଇଛି ସତ ହେଲେ ଶ୍ରେଣୀ ପ୍ରକୋଷ୍ଠରେ ପାଠ ପଢେଇବା ନିମନ୍ତେ ନାହିଁ କଳାପଟା l କିଛି ଶ୍ରେଣୀ କକ୍ଷରେ ଚେୟାର ଟେବୁଲ ଅଭାବରୁ ତଳେ ବସି ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ବସିବା ନିମନ୍ତେ ଚେୟାର ଖଣ୍ଡେ ନାହିଁ l ଏପରିକି ଗତ ଏପ୍ରିଲ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ନିମନ୍ତେ ହେଉଥିବା ଖର୍ଚ୍ଚ ଆଜି ପର୍ଯ୍ୟନ୍ତ ମିଳିନ ଥିବା ଅବିଭାବଙ୍କ ପକ୍ଷରୁ ସୁଚନା ମିଳିଛି l ଦୀର୍ଘ ଦିନ ଧରି ବାକିରେ ଚାଲିଛି ବିଦ୍ୟାଳୟର୍ ମଧ୍ୟାହ୍ନ ଭୋଜନ l ଯାହାକୁ ନେଇ ଅବିଭାବକଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ତେଣୁ ପ୍ରଶାସନ ଯଥା ସମ୍ଭାବ ସମସ୍ୟାର ସାମଧାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି l