ସ୍ବର୍ଗତ କାଉନସିଲର ଲେକ୍ଚରର ବୁଲିଆନ ମେମୋରିଆଲ ଫୁଟବଲ ଟୋର୍ଣ୍ଣାମେଣ୍ଟର ଉଦଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଜଣାଶୁଣା ରାଜନେତା ତଥା ଘୁ.ଉଦୟଗିରି ଏନଏସିର ୬ନଂ ୱାର୍ଡ ର ବିଜେଡି କାଉନସିଲର ଲେକ୍ଚରର ବୁଲିଅନଙ୍କ ଗତ ମାସ ୧୪ ତାରିଖରେ ହୃଦଘାତରେ ଦେହାନ୍ତ ହୋଇଥିଲା I ସେ ଜଣେ ଅତି ମିଷ୍ଠଭାଷୀ ଓ ସମସ୍ତଙ୍କ ସହ ମିଳାମିଶା ପ୍ରକୃତିର ନିର୍ଭୟ ବ୍ୟକ୍ତିତ୍ୱ ଥିଲେ I ସ୍ବର୍ଗତ ଲେକ୍ଚରର ବୁଲିଆନ ଯୁବପିଢ଼ିକୁ ଅଧିକା ଗୁରୁତ୍ୱ ଦେବା ସହ ସବୁ କ୍ଷେତ୍ରରେ ଯୁବପିଢ଼ିକୁ ଆଗକୁ ନେବାକୁ ଚେଷ୍ଟା କରୁଥିଲେ I

csp

ଜଣେ କ୍ରୀଡ଼ା ପ୍ରେମୀ ମଧ୍ୟ ଥିଲେ I ଫୁଟବଲ ଖେଳ ପ୍ରତି ତାଙ୍କର ବେଶ ଆଗ୍ରହ ରହିଥିଲା I ଏହା ସହ ଖେଳ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ କରୁଥିଲେ I ଆଜି ସ୍ଥାନୀୟ ଡିଏଫସି ଯୁବ ଖେଳାଳିଙ୍କ ଆୟୋଜନରେ ହବାକ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଫୁଟବଲ ଟୋର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି I ଲେକ୍ଚରର ବୁଲିଆନ ମେମୋରିଆଲ ଫୁଟବଲ ଖେଳ ପ୍ରତିଯୋଗିତାରେ ଆଖପାଖ ଅଞ୍ଚଳର ୮ ଗୋଟି ଫୁଟବଲ ଟିମ ଅଂଶଗ୍ରହଣ କରୁଥିବା ଆୟୋଜକଙ୍କ ଠାରୁ ସୂଚନା ମିଳିଛି I ଆଜି ଏହି ପ୍ରତିଯୋଗିତାର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ବର୍ଗତ କାଉନସିଲର ବୁଲିଆନ ସାରଙ୍କ ଧର୍ମପତ୍ନୀ କଳିଙ୍ଗ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁଜାତା ବେହେରା ଓ ତାଙ୍କ ସୁପୁତ୍ରି ଏନ.ପ୍ରଶଂସା ( ବ୍ଲୁମି) ରିବନ କାଟି ଉଦଘାଟନ କରିଥିଲେ I ଏହି ଉଦଘାଟନୀ ମ୍ୟାଚ୍ ରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମବାୟ ସମିତି ସଭାପତି ତଥା ବିଧାୟକ ପ୍ରତିନିଧି ଜମେସ ଚନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ସ୍ଥାନୀୟ ସମାଜସେବୀ ଶ୍ରୀମତୀ କୁମୁଦିନୀ ଦିଗାଲ , ଏନ ରାଜା ରାଓ, ରାମକୃଷ୍ଣ ଚୌଧୁରୀ ଉପସ୍ଥିତ ଥିଲେ I ଆଜି ପ୍ରଥମ ମ୍ୟାଚ୍ରେ ଗୁଟିଙ୍ଗିଆ ଏବଂ ରାଇକିଆ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I।ଏହି ଉଦଘାଟନୀ ମ୍ୟାଚରେ ଗୁଟିଙ୍ଗିଆ ଦଳ ଏକ ମାତ୍ର ଗୋଲ ମାରିଥିବା ବେଳେ ରାଇକିଆ ଦଳ ୪ ଟି ଗୋଲ ମାରି ୩ ଗୋଲରେ ଅଗ୍ରଣୀ ହୋଇ ବିଜୟ ଲାଭ କରିଥିଲା I ଏହି ମ୍ୟାଚ୍କୁ ସୁଜିତ ରାଜହଂସ ପରିଚାଳନା କରିଥିବା ବେଳେ ଜଗନ୍ନାଥ କହଁର ଓ ବଟଲି କହଁର ସହଯୋଗ କରିଥିଲେ I ଲଗାଣ ବର୍ଷା ସତ୍ବେ ମଧ୍ୟ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ରହିଥିଲା I ଏହି ଟୋର୍ଣ୍ଣାମେଣ୍ଟର ଆୟୋଜନ ନିମନ୍ତେ ଯୁବ ଖେଳାଳି ଦୀପକ କୁମାର ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ଆଲୋକ, ମଣ୍ଟୁ, ଜଗା ଓ ଆୟୋଜକ ଦଳର ଅନ୍ୟ ଯୁବ ଖେଳାଳୀ ଉତ୍ସାହର ସହିତ ସହଯୋଗ କରୁଥିବା ଦେଖିବାକୁ ମିଳିଛି I ଲେକଚରର ବୁଲିଆନ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ୧୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୧୫ ତାରିଖ ତଥା ସ୍ଵାଧୀନତା ଦିବସ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଶେଷ ହେବ I