ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ, ଅନଲାଇନ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ ନେଇ ଘୋଷଣା…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ଯେପରି ଯୋଗ ଦେଇ ଏହାର ସୁବିଧା ନେଇପାରିବେ ବିଶେଷ କରି ଶିଳ୍ପ କେନ୍ଦ୍ରରେ ତାଲିମ ଗ୍ରହଣ ଦ୍ୱାରା ଯେ କେବଳ ରୋଜଗାର କ୍ଷମ ହୋଇପାରିବ ତାହା ନୁହେଁ ଜଣେ ସୁନାଗରିକ ହୋଇ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇପାରିବ ଏବଂ ବାଲ୍ୟ ବିବାହ ହ୍ରାସ ହୋଇ ପାରିବ ବୋଲି କେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ମସିହା ନଭେମ୍ବର ମାସରେ କନ୍ଧମାଳ ଜିଲ୍ଲାର ଦୁଇଟି ସ୍ଥାନ କୋଟଗଡ଼ ଓ ଦାରିଙ୍ଗବାଡିରେ ଶିଳ୍ପ ତାଲିମ ଅନୁଷ୍ଠାନ ଲୋକାର୍ପଣ କରିଥିଲେ l ସରକାରୀ ସୁବିଧା ସୁଯୋଗ ପାଇ ଆମ ଅଞ୍ଚଳର ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହୋଇପାରିବେ ଏବଂ ଏହି ଶିଳ୍ପ କେନ୍ଦ୍ର ମାଧ୍ୟମରେ ସମ୍ପୂର୍ଣ୍ଣ ଫାଇଦା ନେଇପାରିବେ ସେନେଇ ଆଲୋଚନା ହୋଇଥିଲା l ଚଳିତ ବର୍ଷ ଚାରିଗୋଟି ବିଭାଗରେ ଦାରିଙ୍ଗବାଡିରେ ମୋଟ ୧୧୨ ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ସୁବିଧା ରହିଥିବା ବେଳେ କୋଠଗଡ଼ରେ ୧୩୦ ଜଣଙ୍କ ପାଇଁ ସୁବିଧା ରହିଛି l ଏଣୁ ଇଛୁକ ଯୁବକ ଯୁବତୀ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି l ଦାରିଙ୍ଗବାଡି ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ଚାରୋଟି ବିଭାଗ ଯଥା ଇଲେକ୍ଟ୍ରିସିଆନ ବିଭାଗରେ୨୦ଜଣ, ଫିଟର ବିଭାଗରେ ୨୦ଜଣ, ରେଫ୍ରିଜେରେଟର ମେକାନିକାଲ ପାଇଁ ୨୪ଜଣ, କମ୍ପ୍ୟୁଟର ପାଇଁ ୪୮ ଜଣ, ମୋଟରେ୧୧୨ଜଣ ତାଲିମ ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରାଯାଇ ଥିବା ବେଳେ ସମ୍ପୂର୍ଣ୍ଣ ମାଗଣାରେ ଶିଳ୍ପ ତାଲିମ ଶିକ୍ଷା ଦାନ ସହ ସର୍ଵ ଭାରତୀୟ ସ୍ତରରେ ସମସ୍ତ ଖେଳକୁଦ, ନାଚ ଗୀତ ପ୍ରତିଯୋଗିତାରେ ଭାଗନେବାର ମଧ୍ୟ ସୁଯୋଗ ରହିଛି ଏବଂ ସବୁବର୍ଗର ପିଲାଙ୍କ ପାଇଁ ଷ୍ଟାଇପେଣ୍ଡର ମଧ୍ୟ ସୁବିଧା ଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି l ଦାରିଙ୍ଗବାଡି ଓ କୋଟଗଡ଼ ଶିଳ୍ପ କେନ୍ଦ୍ରରେ ବାଳକ ଛାତ୍ରାବାସ ଓ ବାଳିକା ଛାତ୍ରୀନିବାସର ଆବଶ୍ୟକତା ରହିଥିବା ବେଳେ ଦାରିଙ୍ଗବାଡି ଶିଳ୍ପ ତାଲିମ କେନ୍ଦ୍ରରୁ ରାଜପଥକୁ ରାସ୍ତାର ସଂଯୋଗୀ କରଣ ଏବଂ କୋଟଗଡ଼ ଶିଳ୍ପ କେନ୍ଦ୍ରରେ ଜଳଯୋଗଣର ନିହାତି ଆବଶ୍ୟକତା ରହିଥିବାରୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବ୍ଲକରେ କାର୍ଯ୍ୟର ଗଣମାଧ୍ୟମ ପ୍ରତିନିଧି ପ୍ରେମ ଚାନ୍ଦ ସିଂ, ଅରୁଣ ସାହୁ, ଅଶୋକ ସିଂ, ତରାଣୀ ସାହୁ, ରାକେଶ ସାହୁ, ଅଶ୍ୱିନ ମନ୍ତ୍ରୀ, ମାଧବ ପାଇକ, ବରୁଣ ନାୟକ, ରାଜୀବ ମାଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l