କିଟ ଏବଂ କନ୍ଧମାଳ କ୍ରୀଡା ସଙ୍ଘର ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୬୯ ତମ ଭଲିବଲ ଚମ୍ପିୟାନ ସିପ ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ…….
ଅନୁସନ୍ଧାନ ଭାରତ(ବ୍ୟୁର): କିଟ ଏବଂ କନ୍ଧମାଳ କ୍ରୀଡା ସଙ୍ଘର ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ୬୯ ତମ ଭଲିବଲ ଚମ୍ପିୟାନ ସିପ ପୁରୁଷ ମହିଳା ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା, ଟିକାବାଲି, ରାଇକିଆ ୪ ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା I ସେହି ପରି ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ସେଠାରେ ସ୍ୱତନ୍ତ୍ର ଭାବେ ମହିଳା ଟିମ ଖେଳିଥିଲେ I 



ଉଦଯାପନ ଦିବସରେ ପୁରୁଷ ରେଲୱେ ଟିମ ଓ ଭଦ୍ରକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା I ରେଲୱେ ଟିମ ୨୫/୧୨ ପଇଣ୍ଟରେ ଭଦ୍ରକକୁ ହରାଇ ବିଜୟ ହୋଇ ଚମ୍ପିୟାନ ହୋଇଥିଲା I ଉକ୍ତ ଉଦଯାପନ ଦିବସ ର ମୂଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ତଥା କୀଟ କିସର ପ୍ରତିଷ୍ଠାତା ଏବଂ ଜାତୀୟ ଫୁଟବଲ ଫେଡରେସନର ସଭାପତି ଡ଼ଃ ଅଚ୍ୟୁତ ସାମନ୍ତ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଅନ୍ୟତମ ଅତିଥି ଭାବେ ଜାତୀୟ କ୍ରୀଡା ସଙ୍ଘ ସମ୍ପାଦକ ଗଗନେନ୍ଦୁ ଦାସ, ରାଜ୍ୟ ଭଲିବଲ ସଙ୍ଘ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ , କନ୍ଧମାଳ ଜିଲ୍ଲା ବିଜୁ ମହିଳାମୋର୍ଚ୍ଚା ସଭାନେତ୍ରୀ ପୁନମ କଁହର, ଜିଲ୍ଲା କ୍ରୀଡା ସଙ୍ଘ ସଭାପତି କମଳାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ଶିବପ୍ରସାଦ ତ୍ରିପାଠୀ, ଉପ ସଭାପତି ହେମନ୍ତ ମହାନ୍ତି , ଅଭିରାମ ମହାନ୍ତି, ଜିଲ୍ଲା ବିଜୁ ଯୁବମୋର୍ଚ୍ଚା ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ , ଫୁଲବାଣୀ ବିଜୁ ନଗର ସଭାପତି ପ୍ରାର୍ଥ ସାରଥୀ ବିଶ୍ୱାଳ, ଅତିଥି ଭାବେ ଯୋଗ ଦେଇ ଖେଳିଳି ମାନଙ୍କୁ ଉସ୍ଛାହିତ କରିଥିଲେ I ମୁଖ୍ୟ ଅତିଥି ଡ଼ଃ ସାମନ୍ତ ପୁରୁଷ ଚମ୍ପିୟାନ ରେଲୱେ ଦଳ କୁ ବିଜୟ ଟ୍ରଫି ସହ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ରନର୍ସ ଭଦ୍ରକ ଦଳକୁ ଟ୍ରଫି ସହ ୧୫ ହାଜର ଟଙ୍କା ଅର୍ଥ ରାଶି ଏବଂ ତୃତୀୟ ଦଳ ଭାବେ ଚୟନ ହୋଇଥିବା ମୟୁରଭଞ୍ଜ ଦଳକୁ ୧୦ ହଜାର ଟଙ୍କା ଏବଂ ଢ଼ାବା ଭଲିବଲ ଚମ୍ପିୟାନ ବାଲିଗୁଡା ଦଳକୁ ୧୦ ହଜାର ଟଙ୍କା ଏବଂ ରନର୍ସ ଚକପାଦ ଦଳକୁ ୮ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ I ସେହିପରି ବୌଦ୍ଧ ଜିଲ୍ଲାରେ ଖେଳିଥିବା ମହିଳା ଦଳ ମଧ୍ୟରେ ମଧ୍ୟ ରେଲୱେ କିଟକୁ ହରାଇ ଚମ୍ପିୟାନ ହୋଇଛି I ଉକ୍ତ ଟୁର୍ଣ୍ଣାମେଣ୍ଟରେ ୩୨ ଟି ପୁରୁଷ ଦଳ, ୨୦ଟି ମହିଳା ଦଳ ଏବଂ ୨୦ ଢ଼ାବା ଭଲିବଲଙ୍କୁ ନେଇ ୭୨ ଟିମ ଭାଗ ନେଇଥିଲେ I କନ୍ଧମାଳ ଜିଲ୍ଲା କ୍ରୀଡା ସଙ୍ଘ ଓ କିଟର ମିଳିତରେ ଏହି ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I ଫାଇନାଲ ମ୍ୟାଚରେ ରେଫରି ଭାବେ ଧନଞ୍ଜୟ ତ୍ରିପାଠୀ, ଏବଂ ପ୍ରଭାତ ସାହୁ ପରିଚାଳନା କରିଥିଲେ I ଉକ୍ତ ଫାଇନାଲ ମ୍ୟାଚ ରେ ଜାତୀୟ କ୍ରୀଡ଼ା ସମ୍ପାଦକ ଶ୍ରୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଫୁଲବାଣୀ ର ସମସ୍ତ ଖେଳ ଶିକ୍ଷକ ସହଯୋଗ କରିଥିଲେ I ଶାନ୍ତି ଶୃଙ୍ଖଳାର ସହ ଖେଳ ଚାଲିବା ନିମନ୍ତେ ପୋଲିସ ବ୍ୟବସ୍ଥା କରାଯାଇଥିଲା I