ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ରାଇକିଆ ବ୍ଲକ ବାକିଙ୍ଗିଆ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I



ଘଟଣା ଅନୁସାରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରୁ ରାଇକିଆ ଅଭିମୁଖେ ଏକ ୨୨୦ ପୋଲସର୍ ବାଇକରେ ଆସିବା ସମୟରେ ବାକିଙ୍ଗିଆ ଗ୍ରାମର ଲେସୁଡ଼ିମାହା ନିକଟରେ ଏକ ଆମ୍ବ ଗଛରେ ବାଇକ ଭାରସାମ୍ୟ ହରାଇ ପିଟି ହୋଇ ଥିଲା I ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି I ମୃତ ଦୁଇ ଜଣ ହେଲେ ରାଇକିଆ ମାଦିନାଜୁର କିରନ ପ୍ରଧାନ (୧୮) ଏବଂ ଦିଗି ପାଙ୍ଗାନାଜୁର ରୋହନ ନାୟକ (୧୭) I ଗୁରୁତର ଆହତ ଜଣକ ହେଲେ ଟିକାବାଲି ବ୍ଳକ ବେହେରା ଗାଁ ଗ୍ରାମର ଅମିତ କୁମାର ଦିଗାଲ I ଗୁରୁତର ଆହତଙ୍କୁ ଫୁଲବାଣୀ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି I