ଅନୁସନ୍ଧାନ ଭାରତ(ବ୍ୟୁର): ବିଳମ୍ବିତ ରାତି ପ୍ରାୟ 2 ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଅଧିନସ୍ଥ କଳିଙ୍ଗିଆ ସ୍ଥିତ P.W.D. ବଙ୍ଗଳା ନିକଟବର୍ତ୍ତୀ ବ୍ରିଜରେ ମାଡ଼ ହୋଇ ଏକ ମାରୁତି ଡିଜାଇର କାର ଦୁର୍ଘଟଣା ଘଟିଥିବା ସୂଚନା I 

ସୂଚନା ଅନୁଯାୟୀ ସଞ୍ଜୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତି ଭୁବନେଶ୍ୱରରୁ ଏକ ନୂତନ ମାରୁତି ଡିଜାଇର କାର OD-12 E 6060 କ୍ରୟ କରି ଘୁ.ଉଦୟଗିରି ଅଭିମୁଖେ ନିଜେ ଚଳାଇ ଆସୁଥିଲେ I ଝିପି ଝିପି ବର୍ଷା ଏଵଂ ପ୍ରବଳ କୁହୁଡ଼ି ଯୋଗୁଁ କାରଟି ଘାଟି ଶେଷ ଅର୍ଥାତ PWD ବଙ୍ଗଳା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଅନ୍ୟଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ବେଳେ ସଞ୍ଜୟ କୁମାର ମହାନ୍ତିଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି I ତାଙ୍କୁ ଦମକଳ ବାହିନୀ ଦ୍ୱାରା ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯାଇଥିଲା I ସଞ୍ଜୟଙ୍କ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଅତ୍ୟଧିକ ଚିକିତ୍ସା ପାଇଁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ପଠେଇଦେଇଥିବା ସୂଚନା ମିଳିଛି I