ୟୁଥୱାରୀୟର ତରଫରୁ ମହାଆଡମ୍ବରରେ ଶିଶୁଦିବସ ପାଳନ……

ଅନୁସନ୍ଧାନ ଭାରତ(ବ୍ୟୁର): ଟିକାବାଲି ସ୍ବେଛାସେବୀ ଯୁବ ସଂଗଠନ ୟୁଥ ୱାରୀୟର ତରଫରୁ ଦିନ ୧୦ଘଣ୍ଟିକା ସମୟରେ କଳିଙ୍ଗ ବୈଶ୍ୟ ସଂଘ ଗୃହ ଟିକାବାଲି ଠାରେ ପବିତ୍ର ଶିଶୁଦିବସ ପାଳନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ଟିକାବାଲି ଅଞ୍ଚଳର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା I ସେହି କୃତୀ ଛାତ୍ରଛାତ୍ରୀ ମଧ୍ୟରେ ଶ୍ରୀମାନ ଅମ୍ଲାନ ଭୋଇ, ଶ୍ରୀମାନ ରାକେଶ କୁମାର ସାହୁ, ଶ୍ରୀମତୀ ଅଞ୍ଜଳି ମାଝୀ, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ମାଝୀ, ଶ୍ରୀମାନ ସୁଦୀପ୍ତ ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା I

csp

ଏଥିରେ ୟୁଥୱାରୀୟରର ସମସ୍ତ ସଦସ୍ୟ ସହ ଟିକାବାଲି ଅଞ୍ଚଳର ଖ୍ୟାତନାମା ବ୍ୟକ୍ତିବିଶେଷମାନେ ଯୋଗଦେଇଥିଲେ ଯଥା ଅଧ୍ୟାପକ ଶ୍ରୀ ଦୀନବନ୍ଧୁ ମହାନ୍ତି, ଶ୍ରୀ ନରେନ୍ଦ୍ର ଦିଗାଳ, ଟିକାବାଲି ଶିକ୍ଷକ ସଂଘ ସଭାପତି ଶ୍ରୀ ମଧୁସୂଦନ ବେହେରା, ଟିକାବାଲି ଉଚ୍ଚ ବିଦ୍ୟାଳୟର ପରିଚାଳନା ସଭାପତି ଶ୍ରୀ ପ୍ରମୋଦ ବିଷୋୟୀ, ସମାଜସେବୀ ଶ୍ରୀ ପ୍ରଶାନ୍ତ ପଣ୍ଡା, ଶ୍ରୀ ଅନିଲ କୁମାର ଭୋଇ, ଶିକ୍ଷାବିତ ଶ୍ରୀ ସୁଧୀର କୁମାର ସାହୁ, ଶ୍ରୀ ଗୁରୁପ୍ରସାଦ ସାହୁ, ୟୁଥ ୱାରୀୟର କାର୍ଯ୍ୟକାରୀ ସଭାପତି ଶ୍ରୀ ବିକ୍ରାନ୍ତ ଭୋଇ, ବିଶ୍ୱଜିତ ଭୋଇ, ଦୀପ୍ତି ରଞ୍ଜନ ଦଳବେହେରା, ଶ୍ରୀ ଧର୍ମେନ୍ଦ୍ର ସାହୁ, ଶ୍ରୀ ବିକାଶ ନାୟକ, ନିକୁଞ୍ଜ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ I ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାୟିତ୍ୱ ଶିକ୍ଷକ ଶ୍ରୀ ସନ୍ତୋଷ ଦଳବେହେରା, ଉଦେଶ୍ୟଜ୍ଞାପନ ଶ୍ରୀ କୁମୁଦ ଚନ୍ଦ୍ର ସାହୁ ଓ କାର୍ଯ୍ୟକ୍ରମ ଯୋଜନା କାର୍ଯ୍ୟକାରୀ ଶ୍ରୀ ଅରବିନ୍ଦ ମହାପାତ୍ର କରିଥିଲେ I ଏହି କାର୍ଯ୍ୟକ୍ରମ ଯେପରି ପ୍ରତିବର୍ଷ କରାଯାଇ ପାରିବ ସେ ବିଷୟରେ ସମସ୍ତ ସମ୍ମାନିତ ଅତିଥି ଗଣ ଏକସ୍ୱର ରେ କହିଥିଲେ I ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ଓ ଖେଳ କ୍ଷେତ୍ରରେ କିପରି ଆମର ଅଞ୍ଚଳର ପିଲାମାନଙ୍କୁ ଅଧିକ ଆକୃଷ୍ଟ କରାଯାଇପାରିବ ସେ ବିଷୟରେ ମୁଖ୍ୟବ୍ୟକ୍ତା ଅଧ୍ୟାପକ ଶ୍ରୀ ଦୀନବନ୍ଧୁ ମହାନ୍ତି ସମସ୍ତଙ୍କୁ ଆହ୍ୱାନ କରିଥିଲେ I ଏହା ପରେ ମଞ୍ଚ ପରିଚାଳକ ଶ୍ରୀ ସନ୍ତୋଷ ଦଳବେହେରା ପୁରସ୍କାର ବିତରଣ ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I