ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ, ଭଞ୍ଜନଗର ଚମ୍ପିୟାନ ବାଲିଗୁଡ଼ା….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ସୁନାମଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି ସଂଘ ପକ୍ଷରୁ ବାଲିଗୁଡା ମିନିଷ୍ଟାଡିୟମରେ ଗତ ପାଞ୍ଚ ତାରିଖରୁ ଚାଲିଥିବା ରତ୍ନପ୍ରସାଦ ସିଂଦେଓ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I

csp

ଏହି ଉଦଯାପିନ ଦିବସରେ ମୁଖ୍ୟ ଅତିଥିଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପଜ଼ିଲ୍ଲାପାଳ ଶୁଭଙ୍କର ମହାପାତ୍ର, ବାଲିଗୁଡା ବିଡ଼ିଓ ଡ଼ଃ ଜୟଦେବ ଷଡ଼ଙ୍ଗୀ ଉପଖଣ୍ଡ କ୍ରୀଡାସଂଘ ବାଲିଗୁଡା ସମ୍ପାଦକ ଡ଼ଃ ସୁଶାନ୍ତକୁମାର ଦାସ, ବଣିକ ସଂଘର ସଭାପତି ଶ୍ୟାମ ସୁନ୍ଦର ପାତ୍ର ମଂଚାସୀନ ଥିଲେ I ଚାରିଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ଏହି କବାଡି ପ୍ରତିଯୋଗିତାରେ ସମୁଦାୟ ଷୋହଳ ଗୋଟି ଦଳ ଅଂଶଗ୍ରହଣ କରିଥିଲେ I ସେଥି ମଧ୍ୟରୁ ବୁଗୁଡ଼ା ଓ ଭଞ୍ଜନଗର ଦଳ ଫାଇନାଲକୁ ଉନ୍ନତି ହୋଇଥିଲେ I ଫାଇନାଲ ମ୍ୟାଚପୂର୍ଵରୁ ବାଲିଗୁଡା ଓ ରାଇକିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମହିଳା କବାଡି ପ୍ରତିଯୋଗିତାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ I ଫାଇନାଲ ମ୍ୟାଚ ପୂର୍ବରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ଓ ସିଂଦେଓ ପରିବାର ସ୍ବର୍ଗତଃ ରତ୍ନପ୍ରସାଦ ସିଂଦେଓଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ଏବଂ ସ୍ବର୍ଗତଃ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ I ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ଭଞ୍ଜନଗର ଦଳ ବିଜୟୀ ହୋଇଥିଲେ l ବିଜେତା ଭଞ୍ଜନଗର ଦଳକୁ ଟ୍ରଫି ସହିତ ନଗଦ ଏକୋଇଶି ହଜାର ଶହେ ଏଗାର ଟଙ୍କାର ଅର୍ଥରାଶି ଓ ବେଳେ ଉପ ବିଜେତା ବୁଗୁଡ଼ା ଦଳକୁ ପନ୍ଦରହଜାର ଶହେ ପନ୍ଦର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା I ଆୟୋଜକ ବାଲିଗୁଡା କବାଡି ସଂଘର ସଭାପତି ସୁରେନ୍ଦ୍ରପାତ୍ର ସମ୍ପାଦକ ଦେବବ୍ରତ୍ତ ସିଂଦେଓ ସମେତ ସମସ୍ତ କମିଟି ସଫଳ ଆୟୋଜନ କରିଥିଲେ I ପ୍ରତ୍ୟେକ ବର୍ଷ ଏହି ଭଳି ଭାବେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆୟୋଜନ କରି ବାଲିଗୁଡାକୁ କବାଡିର ହବ ସୃଷ୍ଟି ପାଇଁ ପ୍ରୟାସ କରାଯିବ ବୋଲି ସମ୍ପାଦକ ଦେବବ୍ରତ୍ତ ସିଂଦେଓ ପ୍ରକାଶ କରିଥିଲେ I ଜ଼ିଲ୍ଲାତଥା ଜ଼ିଲ୍ଲା ବାହାରର ସୁନାମଧନ୍ୟ ରେଫରୀ ବରିଷ୍ଠ କ୍ରୀଡାବିତ ତଥା ସଫଳ ଉଦଘୋଷକ ତୀର୍ଥବାସୀ ଘଡ଼ାଇ ସୁନ୍ଦର ଭାବେ ଖେଳକୁ ପରିଚାଳନା କରିଥିଲେ I