ଘୁ.ଉଦୟଗିରିରେ ବୁଲିଲା ନିଶାମୁକ୍ତ ସଚେତନତା ରଥ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ବନ୍ଧ ଛକ ଠାରେ ଆଜି “ଆବାହନ” ସଂସ୍ଥା ତରଫରୁ ଏକ ନିଶାମୁକ୍ତ କାର୍ଯ୍ୟକ୍ରମ ପାଲା ନାଟକ ମାଧ୍ୟମରେ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି I “ଆବାହନ” ସଂସ୍ଥା ନିର୍ଦେଶକ ଡ଼ଃ ନୀଳଲୋହିତ ହରିଚନ୍ଦନଙ୍କ ସୂଚନା ପ୍ରକାରେ ମଦ, ଗଂଜେଇ, ଡ୍ରଗ୍ସ, ବିଡ଼ି, ସିଗାରେଟ, ଗୁଟଖା, ଖଇନି ଇତ୍ୟାଦି ନିଶା ଆମ ଶରୀରକୁ ଓ ମସ୍ତିଷ୍କକୁ ତିଳେତିଳେ ଧ୍ୱଂସ କରି ପ୍ରତି ମୁହୁର୍ତରେ ଆମକୁ ମୃତ୍ୟୁ ଆଡ଼କୁ ଟାଣି ନିଏ I ଆମ ପାରିବାରିକ ସମ୍ପର୍କ ଓ ଆମ ପରିବାରକୁ ନଷ୍ଟ କରିଦିଏ ତେଣୁ ଆଜି ଆସନ୍ତୁ କଥା ରଖିବା, ପରିବାରକୁ ଭଲ ପାଇବା, ଶପଥ ନେବା ନିଶା ଛାଡ଼ିବା ନିମନ୍ତେ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପାଲା ଗ୍ରୁପ, ଅନୁଗୁଳ ସଦସ୍ୟ ଶିବପ୍ରସାଦ ଦ୍ବିବେଦୀ(ଗାୟକ), ବାନାମ୍ବର ପ୍ରଧାନ (ଗାୟକ), ଛବିନାରାୟଣ ମହାକୁଡ଼(ସଂଗୀତ)ଙ୍କ ଦ୍ୱାରା ସଚେତନତା ଗୀତ ଏବଂ ନାଟକ ପରିବେଷଣ କରାଯାଇଥିଲା I