ପରିତ୍ୟକ୍ତ ଓ ଦୟନୀୟ ଅବସ୍ଥାରେ ଘୁ.ଉଦୟଗିରି ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରିର ଶ୍ରୀରାମପଦା ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ I ଏହା ଏକ ଅତି ପୁରାତନ କୃଷି କାର୍ଯ୍ୟାଳୟ I ଯାହାକି ଅଂଚଳବାସୀଙ୍କ ଗର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ I ଏହି କାର୍ଯ୍ୟାଳୟ ବହୁ ବର୍ଷ ହେବ ଘୁ.ଉଦୟଗିରି ଅଂଚଳର ଚାଷୀଙ୍କ ସହାୟ ହୋଇ ଆସୁଛି I କିନ୍ତୁ ଆଜି ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ଲୁଚିହୋଇ ରହିଛି ଏହି ଜିଲ୍ଲା କୃଷି କାର୍ଯ୍ୟାଳୟ I ଜିଲ୍ଲା କୃଷି କାର୍ଯ୍ୟାଳୟରେ ମୁଖ୍ୟ ଫାଟକ ଟିଏ ମଧ୍ୟ ନାହିଁ I ବୁଲା ଗାଈ ଗୋରୁଙ୍କ ଆଡାସ୍ଥଳୀ ପାଲଟିଛି ଜିଲ୍ଲା କୃଷି କାର୍ଯ୍ୟାଳୟ I ବର୍ତ୍ତମାନ ଏହି କାର୍ଯ୍ୟାଳୟ ୬ଜଣ କର୍ମଚାରୀଙ୍କୁ ନେଇ ଚାଲୁଅଛି I

csp

କାର୍ଯ୍ୟାଳୟ ପରିସର ମଧ୍ୟରେ ଅଛି ବହୁ ପୁରାତନ ଷ୍ଟାଫ କ୍ଵାଟର ହେଲେ ଯାହାକି ପରିତ୍ୟକ୍ତ ଅବସ୍ଥାରେ ଭାଙ୍ଗି ପଡ଼ି ରହିଅଛି I ଏହି ଷ୍ଟାଫ କ୍ଵାଟର ବହୁ ଦିନ ହେବ ରକ୍ଷଣା ବେକ୍ଷଣ ହୋଇନଥିବାରୁ କାଯ୍ୟକରୁଥିବା କର୍ମଚାରୀ ବାହାରେ ଘର ଭଡ଼ା ନେଇ ରହୁଥିବା ପ୍ରକାଶ କରିଛନ୍ତି I ସରକାରୀ ପଦାଧିକାରୀଙ୍କ ଆନ୍ତରିକ ଇଛାଶକ୍ତି ଅଭାବ ଯୋଗୁଁ ଭୁତ କୋଠି ପାଲଟିଛି ଘୁ.ଉଦୟଗିରି ସ୍ଥିତ ଜିଲ୍ଲା କୃଷି କାର୍ଯ୍ୟାଳୟ I କାର୍ଯ୍ୟାଳୟ ପରିସର ମଧ୍ୟରେ ଲଟାବୁଦା ଭରି ହୋଇରହିଥିବାରୁ ବିଷଧର ସରୀସୃପ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି I ସରକାରଙ୍କ ଦ୍ୱାରା କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ବହୁ ଯୋଜନା କରାଯାଉଛି I ହେଲେ ଜିଲ୍ଲା କୃଷି କାର୍ଯ୍ୟାଳୟର ଏପରି ଦୟନୀୟ ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି I ତେଣୁ ଜିଲ୍ଲା କୃଷି କାର୍ଯ୍ୟାଳୟର ଘୁ.ଉଦୟଗିରି ଶାଖାର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ, ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଚାରୀ ଏବଂ ମୁଖ୍ୟଦ୍ଵାର ସହ ଫଳକ ଲଗାଇବା ନିମନ୍ତେ ଅଞ୍ଚଳ ବାସୀ ଦାବୀରଖିଛନ୍ତି I ଏନେଇ ଆମେ ଦାୟୀତ୍ୱରେ ଥିବା ଏଡିଓ ଅଜୟ କୁମାର ପରିଡ଼ାଙ୍କ ମତା ମତ ନେବାରୁ ସେ କହିଲେ ଯେ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ସରକାରୀ ଅନୁଦାନ ଆସିଛି ଏଵଂ ସଥାଶୀଘ୍ର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ବୋଲି ପ୍ରତିକ୍ରିୟା ଦେଇଛନ୍ତି I ଅବସର ଗ୍ରହଣ ପରେ କର୍ମଚାରୀ କୃଷି କାର୍ଯ୍ୟଳୟ ପରିସରେ ଥିବା ବାସଗୃହ ଗୃହ ଜବରଦଖଲ କରିଥିବା ଅଭିଯୋଗ ହୋଇଛି I ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କାର୍ଯ୍ୟରତ କୃଷି ଅଧିକାରୀ ଅଜୟ କୁମାର ପରିଡ଼ା I