ସ୍କୁଟି ଓ ସାଇକେଲ ମୁହାଁମୁହିଁ ଧକ୍କା, ଜଣେ ଆହତ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ଟେଲିଫୋନ ଭବନ ସମ୍ମୁଖରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ ସ୍କୁଟି ଏବଂ ସାଇକେଲ ମୁହାଁମୁହିଁ ଧକ୍କା ହୋଇ ଥିଲା I ଦୁର୍ଘଟଣାରେ ଗୁଡ଼ରୀପଡ଼ିର ଦୁବା ନାୟକ(50) ଗୁରୁତର ଆହତ ହୋଇଛନ୍ତି I
ସୂଚନା ଅନୁସାରେ ଦୁଇଜଣ ଯୁବକ (OD-02AT-0084) ନଂ ସ୍କୁଟି ଯୋଗେ ଶଙ୍ଖସାହି ଯାଉ ଥିଲେ I ଏହି ସମୟରେ ଦୁବା ନାୟକ ସାଉଇକେଲ ଯୋଗେ ବଜାରକୁ ଆସୁ ଥିଲେ I ଏଟିକି ବେଳେ ସ୍କୁଟି ସହ ମୁହାଁମୁହିଁ ହୋଇ ଦୁର୍ଘଟଣା ଘଟିଥିଲା I ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲା I ସାଇକେଲ ଚାଳକ ଦୁବା ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି I ଏହି ଦୁର୍ଘଟଣାରେ ସାଇକେଲ ଭାଙ୍ଗି ଚୁରମାର ହୋଇଛି I