ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ନଦୀତଟବର୍ତ୍ତୀ ଅଂଚଳ ବାଲିସୁଗା ମାଦିନାଟ ଅଂଚଳରେ ବାଲିଗୁଡା ପୁଲିସ ଓ ଅବକାରୀ ବିଭାଗର ଅପରେସନ ନୀଳଜହର I ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳି କୁହାଯାଉଥିବା ବାଲିଗୁଡା ଅଂଚଳରେ ଦିନକୁ ଦିନ ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଧଡକ ଗଞ୍ଜେଇ ଚାଷ ହେଉଛି I

ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି I ଏହାକୁ ରୋକିବା ପାଇଁ ବାଲିଗୁଡା ପୁଲିସ ପକ୍ଷରୁ ଅପରେସନ ନୀଳଜହର ଅଭିଯାନ ଆରମ୍ଭ ହୋଇଛି I ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗତକାଲି ଶହେପଞ୍ଚସଠି ଏକର ଜମିରେ ଚାଷ ହୋଇଥିବା ଗଂଜେଇକୁ କାଟି ନଷ୍ଟ କରା ଯାଇଛି I ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧହେବ ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି I ଏନେଇ ବାଲିଗୁଡା ଥାନାରେ କେସ ନମ୍ବର 233/21 ଏନ ଡ଼ି ପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛି I ନୀଳଜହର ଅପରେସନରେ ବାଲିଗୁଡା ଏସଡ଼ିପିଓ ମନୋଜ ପୂଜାରୀ ଅତିରିକ୍ତ ତହସିଲଦାର, ତହସିଲ କର୍ମଚାରୀ ଓ ପୁଲିସ ଫୋର୍ସ ଉପସ୍ଥିତ ଥିଲେ I