ଖଜୁରୀପଡା ବ୍ଲକକଳା ସଂସ୍କୃତି ସଂଘର ଆଲୋଚନା ଚକ୍ର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ବାରପୁଲିଆ ଠାରେ ବ୍ଲକ କଳା ସଂସ୍କୃତି ସଂଘ ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l
ବ୍ଲକ ଉପସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ସମ୍ମାନିତ ଅତିଥିଭାବେ ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣ, ଫୁଲବାଣୀ ବ୍ଲକ ଉପସଭାପତି ରମେଶ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ଦଳବେହେରା, ଚକାପାଦ ବ୍ଲକ ଉପସଭାପତି ଭାଗିରଥି ସାହୁ, ଚକାପାଦ ଏକାଦଶୀ ମଠର ମହନ୍ତ ପୃଥିବୀରାଜ ମାଲିକ ବାବା, ବରିଷ୍ଠ କଳାକାର ପ୍ରଭାତ କୁମାର ବେହେରା, ଇନ୍ଦ୍ରଜିତ କହଁର ପ୍ରମୁଖ ମଂଚାସୀନ ଥିଲେ l

csp


ଆଲୋଚନା ଚକ୍ର ରେ ଲୋକକଳାକୁ ବଞ୍ଚାଇବାକୁ ହେଲେ କଳାକାର ସଂଗଠିତ ହେବାକୁ ପଡିବ ଓ ବିଲୁପ୍ତପ୍ରାୟ ଅନେକ କଳାକୁ ବଂଚିବାକୁ ହେଲେ ସଂଗଠନର ପ୍ରୟାସ ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l କରୋନା କଟକଣାରେ ପେସାଦାର କଳାକାରଙ୍କ ଜୀବନ ଜୀବିକା ଉଜୁଡି ଯାଇଥିବା ବେଳେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ପ୍ରଚାର ପ୍ରସାର ଓ ଜନ ସଚେତନତା କାର୍ଯ୍ୟକ୍ରମ ପାଇଁ ଲୋକକଳାକାରଙ୍କୁ ସାମିଲ କରିବାକୁ ଜ଼ିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା l